Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ

by ସଞ୍ଜୟ ସ୍ୱାଇଁ
June 6, 2025
in Feature News
ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ
79
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲା ବିପର‌୍ୟ୍ୟୟ ପରିଚାଳନା ଅଧିକାରୀଙ୍କ ଦ୍ବାରା ଏକ ପ୍ରସ୍ତୁତି ବୈଠକ ଆହ୍ବାନ କରାଯାଇଥିଲା । ଏଥିରେ ପ୍ରତ୍ୟେକ ବ୍ଲକ ଓ ଏନଏସି ଅଞ୍ଚଳର ଅଧିକାରୀ, ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀର ସଭାପତି, ସମ୍ପାଦକ, ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ବେଚ୍ଛାସେବୀ ସଂଗଠନ ଓ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ । ଏହି ସଭାରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତପତିରାଜ୍ ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପୁଷ୍ପା ନୀଳିମା ଲାକ୍ରା, ଅଗ୍ନିଶମ ଅଧିକାରୀ ପ୍ରସନଜିତ୍ ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ରଥ ଅଂଶ ଗ୍ରହଣ କରି ସମସ୍ତଙ୍କୁ ଏହି ବିଷୟରେ ବୁଝାଇଥିଲେ । ମୁଖ୍ୟତଃ ଏହି କାର‌୍ୟ୍ୟକ୍ରମ ଟେବୁଲ୍ ଟପ୍ ଏକ୍ସରସାଇଜକୁ ଆସନ୍ତା ୧୮ ତାରିଖ ଦିନ ସମସ୍ତ ବ୍ଲକ, ଏନଏସି. ତଥା ଜିଲ୍ଲାସ୍ତରରେ କେଉଁ ଢଙ୍ଗରେ ପାଳନ କରାଯିବ ତାହା ଉପରେ ଆଲୋଚନା ହୋଇଥିଲା । ଏଥିରେ ସରପଞ୍ଚ ଓ ସଂପାଦକଙ୍କର ସକ୍ରିୟ ଅଂଶ ଗ୍ରହଣ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକର ଦାୟିତ୍ବ ଓ ଭୁମିକା ଉପରେ ଆଲୋଚନା ହୋଇଥିଲା । ଏହାର ଉପଦେୟତାକୁ ଉପଲବ୍ଧ କରିବା ପାଇଁ ଏହାକୁ କେତେ ଜୀବନ୍ତ କରାଯାଇପାରିବ ତାହା ଉପରେ ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏଏଫଓ ଶ୍ରୀଯୁକ୍ତ ବେହେରା ଆଶ୍ରୟସ୍ଥଳରେ ଥିବା ଉପକରଣଗୁଡିକୁ କିପରି ସଠିକ ଭାବରେ ବ୍ୟବହାର କରି ଚଳନକ୍ଷମ ରଖାଯାଇପାରିବ ତାହା ଉପରେ ଆଲୋଚନା କରିଥିଲେ । ଏହି କାର‌୍ୟ୍ୟକ୍ରମକୁ ପରିଦର୍ଶନ ପାଇଁ ଜିଲ୍ଲା ସ୍ତରରେ ଓ ବ୍ଲକ ସ୍ତରରେ ଅଧିକାରୀଙ୍କୁ ନିର୍ଦ୍ଦେଶ କରାଯାଇଥିଲା । ଏପରିକି ସମସ୍ତ ଆଶ୍ରୟସ୍ଥଳୀକୁ ମଧ୍ୟ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି କାର‌୍ୟ୍ୟକ୍ରମରେ ସମସ୍ତଙ୍କର ସହଯୋଗ କାମନା କରି ସଭା ସାଙ୍ଗ କରାଯାଇଥିଲା ।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!