Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିନା ମାସ୍କ, ଯୁକ୍ତି ଶେଷରେ ଜୋରିମାନା

by ସଞ୍ଜୟ ସ୍ୱାଇଁ
April 17, 2020
in Crime, Lifestyle, Nayagarh, Video
ବିନା ମାସ୍କ, ଯୁକ୍ତି ଶେଷରେ ଜୋରିମାନା
67
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଦେଶବ୍ୟାପୀ କରୋନାର ଭୟାବହତା ଲାଗିରହିଥିବା ବେଳେ ରାଜ୍ୟ ସରକାର କରୋନା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ସରକାରଙ୍କ ନୀତିନିୟମକୁ ଯିଏ ଅମାନିଆ ହୋଇଛନ୍ତି ସେମାନଙ୍କୁ ତଣ୍ଡ ଗଣିବାକୁ ପଡୁଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅମାନିଆଁଙ୍କୁ ସାବାଡ୍ କରିବା ପାଇଁ ବିଭିନ୍ନ କଟକଣା ଲାଗୁ କରିଛନ୍ତି । ତଥାପି ସେମାନଙ୍କର ସୁଧାର ଆସୁନାହିଁ । ଗତକାଲି ନୟାଗଡ଼ ବସ୍‌ଷ୍ଟାଣ୍ଡ ଠାରେ ତହସିଲଦାର ଭିକାରୀ ଚରଣ ସାହୁଙ୍କ ନେତୃତ୍ୱରେ ବିନା ମାସ୍କପିନ୍ଧା ୩୯ଜଣଙ୍କ ଠାରୁ ୨୦୦ଟଙ୍କା ଲେଖାଏଁ ୭ହଜାର ୮ଶହ ଟଙ୍କା ଆଦାୟ କରିଥିଲେ । କିନ୍ତୁ ହଠାତ୍ ରାତିରେ ଦେଖାଗଲା ଅଦ୍‌ଭୁତ ଘଟଣା । ରାତ୍ରି ସମୟରେ ଏକ ସ୍କୁଟିରେ ଜଣେ ଯୁବକଙ୍କ ସହିତ ଜଣେ ଯୁବତୀ ବିନା ମାସ୍କରେ ବୁଲୁଥିଲେ । ନୟାଗଡ଼ ତହସିଲଦାର ଓ ପୁଲିସ୍‌ର ମିଳିତ ଚଢଉ କରିଥିଲେ । ଯୁବକ-ଯୁବତୀଙ୍କର ଯୁକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯୁବତୀ ଜଣକ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିବା ଜଣାପଡ଼ିଛି । ଶେଷରେ ପୁଲିସ ବାଧ୍ୟହୋଇ ସ୍କୁଟିକୁ ଅଟକ ରଖି ଉଭୟ ଯୁବକ ଯୁବତୀଙ୍କ ଠାରୁ ୪୦୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରିଛି ।

Leave a Reply Cancel reply

Your email address will not be published. Required fields are marked *

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025
ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

May 22, 2025
୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ,  ବନ୍ଧାହେଲେ ୪ ଅଧିକାରୀ

୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ, ବନ୍ଧାହେଲେ ୪ ଅଧିକାରୀ

May 22, 2025
ବଲାଙ୍ଗୀର ବିଜେପିରେ ଫାଟ,  ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

ବଲାଙ୍ଗୀର ବିଜେପିରେ ଫାଟ, ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!