ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ବିଶ୍ୱରେ ସଂପ୍ରତି ଦେଖାଦେଇଥିବା \”କରୋନା\’କୁ ନେଇ ସବୁଆଡେ ଭୟର ବାତାବରଣ । ରାଜ୍ୟ ସରକାର କରୋନାକୁ ମୁକାବିଲା କରିବା ପାଇଁ ବିଭିନ୍ନ ନୀତିନିୟମମାନ ଲାଗୁ କରିବା ସହିତ ସଚେତନତା ଉପରେ ଗୁରୁତ୍ୱ ଦେଉଛନ୍ତି । ସେହିପରି ଭାବେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଲାଗୁ କରାଯାଇଛି । ଜିଲ୍ଲାପାଳ ଡ. ପୋମା ଟୁଡୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ବିନା ଅନୁମତିରେ ଯେପରି ଛୁଟି ନେଇପାରିବେ ନାହିଁ ସେଥିପ୍ରତି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିସହିତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ଛୁଟି ନେବାପାଇଁ ବାରଣ କରାଯାଇଛି । ବିନା ଅନୁମତିରେ କେହି ବି ଛୁଟି ନେଇପାରିବେ ନାହିଁ କିମ୍ବା ଅନୁପସ୍ଥିତ ରହିପାରିବେ ନାହିଁ । ରାଜ୍ୟ ସରକାର କୌଣସି ସରକାରୀ କର୍ମଚାରୀଙ୍କର ଯଦି ଥଣ୍ଡା, କାଶ, ଜ୍ୱର କିମ୍ବା କରୋନାର ଲକ୍ଷଣ ଦେଖାଦିଏ ତେବେ ତାଙ୍କୁ ୧୪ଦିନ ପର୍ଯ୍ୟନ୍ତ ଛୁଟି ନେଇପାରିବେ । ଏଭଳି ସ୍ଥଳେ ଯଦି କୌଣସି ସରକାରୀ କର୍ମଚାରୀଙ୍କର ଏହି ଲକ୍ଷଣ ଦେଖାଯାଏ ତେବେ ସେ ଅନୁମତି ନେଇ ଛୁଟି ନେଇପାରିବେ ବୋଲି ଜଣାପଡିଛି । ବିନା ଅନୁମତିରେ ଛୁଟି ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।






