ନୟାଗଡ଼,(ବାଘୁଆବାର୍ତ୍ତା): ପଶୁ ପକ୍ଷୀ ଶିକାର ଆଇନକୁ ରଜ୍ୟ ସରକାର କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଶିକାରୀମାନେ ଏହାକୁ ଅମାନ୍ୟ କରି ଜଙ୍ଗଲରେ ନିଅାଁ ଲଗାଇ ଦେଉଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ଯାହାଫଳରେ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୩ଜଣଙ୍କୁ ଗିରଫ କରିଛି ବନ ବିଭାଗ । ତେବେ ସେମାନଙ୍କ ଠାରୁ ୩ଟି ଧନୁ ତୀର ଜବତ କରାଯାଇଛି । ସୂଚନାନୁସାରେ, ତେଲକୋଇ ବନ ବିଭାଗ ଅଧିନରେ ଥିବା ବିମଳା ସଂରକ୍ଷିତ ଜଙ୍ଗଲରେ ଯୁଗଳ ଜୁଆଙ୍ଗ, ରଂଜନ ଜୁଆଙ୍ଗ ଓ ଗୋବର୍ଦ୍ଧନ ଜୁଆଙ୍ଗ ଶୀକାର କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇଥିଲେ । ତେବେ ଏହାକୁ ବିମଳା ଫରେଷ୍ଟର ଜଣେ କର୍ମଚାରୀ ଅଟକାଇବାରୁ ସେମାନେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରି ଫେରୁଥିବା ବେଳେ ବନ ବିଭାଗ ହାବୁଡରେ ପଡିଥିଲେ । ତେବେ ସେମାନଙ୍କୁ ବନ ବିଭାଗ କାବୁ କରି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।