Sunday, September 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧରାପଡିଲା ଗାଡ଼ିଚୋରି ରାକେଟ, ୩ ଗିରଫ

by ସଞ୍ଜୟ ସ୍ୱାଇଁ
June 22, 2021
in Crime, State
ଧରାପଡିଲା ଗାଡ଼ିଚୋରି ରାକେଟ, ୩ ଗିରଫ

?????????????????????????????????????????????????????????

347
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): କୋରାପୁଟ ପୁଲିସକୁ ମିଳିଥିବା ସଫଳତା । ଏକ ଗାଡି ଚୋର ରାକେଟକୁ ଧରିବାରେ ସଫଳ ହୋଇଛି । ଚୋରଦଳଙ୍କ ଠାରୁ ୧୫ଟି ବାଇକ୍‌ ଉଦ୍ଧାର କରି କୋରାପୁଟ ଟାଉନ ଥାନା ପୁଲିସ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଗିରଫମାନେ ହେଲେ କୋରାପୁଟ ଟାଉନ ଥାନା ପୁଜାରିପୁଟର ଚନ୍ଦନ ବଢ଼େଇ,ଜୟପୁର ସଦର ଥାନା ସଉରାଗୁଡ଼ା ଗ୍ରାମର ରିଙ୍କୁ ପଟ୍ଟନାୟକ ଓ ସଳପା ଗ୍ରାମର ସନ୍ତୋଷ କୁମାର ସିଂ ବୋଲି କୋରାପୁଟ ଏସଡ଼ିପିଓ ଗୁଣନିଧି ମଲିକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସୂଚନାମୁତାବକ, କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିସରରୁ ଗତ ମେ ମାସ ୨୭ ତାରିଖରେ ଏକ ବାଇକି ଚୋରି ନେଇ କୋରାପୁଟ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ପୁଳିସ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ସହରରେ ଗାଡ଼ିଚୋରି ଘଟଣାକୁ ନେଇ ଆଉ ୩ଟି ମାମଲା ଥାନାରେ ରୂଜୁ ହୋଇଥିଲା । ଗାଡ଼ି ଚୋରି ଘଟଣାକୁ ପୁଲିସ ଗୁରୁତରଭାବେ ନେଇ ଚୋର ମାନଙ୍କୁ ଧରିବା ପାଇଁ କୋରାପୁଟ ଟାଉନ ଥାନା ଆଇଆଇସି ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା । ଏହି ଗାଡ଼ି ଚୋରୀ ଘଟଣାର ମୁଖ୍ୟ ଅଭିଯୁକ୍ତ କୋରାପୁଟ ସହର ପୁଜାରୀପୁଟ ସାହିର ଅଜିତ କୁମାର ପାଣିଗ୍ରାହୀକୁ ପୁଲିସ ପ୍ରଥମରେ ଗତ ୧୬ ତାରିଖରେ ଗିରଫ କରି କୋର୍ଟ ଚାଲଣ କରିଥିଲା । ଅଜିତ ଠାରୁ ଗାଡ଼ି ଚୋରି ସମ୍ପର୍କରେ ପୁଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲା । ଅଜିତର ସୂଚନାକୁ ଆଧାର କରି ପୁଲିସ ତଦନ୍ତ ପକ୍ରିଆକୁ ଅଧିକ ତ୍ୱରାନ୍ୱିତ କରି ଆଜି ଅନ୍ୟ ୩ଜଣଙ୍କୁ ଗିରଫ କରିଛି । ଏନେଇ ଟାଉନ ଥାନାରେ ୧୩୩/୨.୧୩୭/୨୧,୧୪୩/୨୧ ଓ ୧୪୪/୨୧ ଏହିପରି ୪ଟି ମାମଲା ରୁଜୁକରି ଅଭିଯୁକ୍ତ ମାନଙ୍କୁ ଆଜି ଗିରଫ କରି କୋର୍ଟ ଚାଲଣ କରିଥିବା ଏସଡ଼ିପିଓ କହିଛନ୍ତି । ସାମ୍ବାଦିକ ସମ୍ମିଳନୀ ଅବସରରେ କୋରାପୁଟ ଟାଉନ ଥାନା ଆଇଆଇସି ଧିରେନ ପଟ୍ଟନାୟକ,ସବଇନ୍ସପେକ୍ଟର ଚିତରଞ୍ଜନ ପ୍ରଧାନୀ,ସୁଦର୍ଶନ ଅଧିକାରୀ,ଜେ.ସେଲମା ପ୍ରମୁଖ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!