ବାଲେଶ୍ବର, (ବାଘୁଆବାର୍ତ୍ତା): ବାଲେଶ୍ବର ପୁଲିସ ହେପାଜତରେ ବାଇକ ଲୁଟେରା ଗ୍ୟାଙ୍ଗ । ୧୭ ବାଇକ ସମେତ ୩ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୁଲିସ । କିଛି ଦିନ ଧରି ବାଲେଶ୍ୱର ସହରରେ ମାତିଥିଲେ ବାଇକ ଲୁଟେରା ଗ୍ୟାଙ୍ଗ । ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବାଇକକୁ ଟାର୍ଗେଟ୍ କରୁଥିଲେ । ଆଖି ପିଛୁଳାକେ ଚୋରାଇ ନେଉଥଲେ । ଏହି ଗ୍ୟାଙ୍ଗ ବାଲେଶ୍ବର, ମୟୁରଭଞ୍ଜ ଓ ଭଦ୍ରକ ଅଞ୍ଚଳରେ ସକ୍ରିୟ ଥିବା ନେଇ ପୁଲିସ ସୂଚନା ଦେଇଛି ।






