Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିନା ପ୍ରଶିକ୍ଷଣରେ ଭଲିବଲ ଖେଳି ସଫଳତା ପାଉଛନ୍ତି ବିକାଶ

by ସଞ୍ଜୟ ସ୍ୱାଇଁ
January 30, 2024
in Sports, State
ବିନା ପ୍ରଶିକ୍ଷଣରେ ଭଲିବଲ ଖେଳି ସଫଳତା ପାଉଛନ୍ତି ବିକାଶ
38
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ଭଲିବଲ ଖେଳି ସଫଳ ହୋଇଛନ୍ତି ଯାଜପୁର ବଡ଼ଚଣା ବ୍ଲକ ଖଡ଼ଗପୁରର ବିକାଶ ବେହେରା। ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଖେଳି ଅର୍ଜିଛନ୍ତି ସୁନାମ। ବିନା ପ୍ରଶିକ୍ଷଣରେ ଖେଳୁଛନ୍ତି। ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିବା ବେଳେ ଭଲ ଖେଳିବାର ଥିଲା ସ୍ବପ୍ନ। ଯାଜପୁର ବଡ଼ଚଣା ବ୍ଲକ ଖଡ଼ଗପୁର ଗାଁର ବିକାଶ ବେହେରା। ଭଲିବଲ ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା। ଗ୍ରାମାଞ୍ଚଳରେ ଭଲିବଲ ଖେଳି ବେଶ ସୁନାମ ଆଣିଥିବା ବିକାଶ ଫିଟ ଇଣ୍ଡିଆ ପକ୍ଷରୁ ଅଣ୍ଡର ୧୯ରେ ଖେଳିଛନ୍ତି। ମଧ୍ୟପ୍ରଦେଶରେ ଗୁଆଲିର ଓ ଇଣ୍ଡୋ ନେପାଳରେ ଆୟୋଜିତ ହୋଇଥିବା ଭଲିବଲ ଟୁର୍ଣ୍ଣାମେଣ୍ଟରେ ଭାଗନେଇ ସଫଳତା ପାଇଛନ୍ତି। ଶ୍ରେଷ୍ଠ ଖେଳାଳି ଭାବେ ତାଙ୍କୁ ଚୟନ କରାଯାଇଛି। ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳି ସୁନାମ ଅର୍ଜନ କରିଛନ୍ତି। ଖେଳ ପାଇଁ କୌଣସି ପ୍ରଶିକ୍ଷଣ ନନେଇ ମଧ୍ୟ ସେ ଭଲ ପ୍ରଦର୍ଶନ କରିପାରିଛନ୍ତି। ପିଲାବେଳୁ ଭଲିବଲ ଖେଳ ପ୍ରତି ବିକାଶଙ୍କର ରହିଛି ଅହେତୁକ ଦୁର୍ବଳତା। ନିଜ ପାଠପଢା ସହ ଖେଳ ପ୍ରତି ତାଙ୍କ ଆଗ୍ରହ ତାଙ୍କୁ ଏହି ସଫଳତା ଆଣି ଦେଇଛି। ହେଲେ ପରିବାର ଆର୍ଥିକ ଅନଟନ ମଧ୍ୟରେ ବିତୁଥିବା ବେଳେ ଖେଳ ପାଇଁ ବେଶ ସମସ୍ୟା ସୃଷ୍ଟି ହେଉଛି। ବିକାଶ ଜଣେ ଚାଷୀକୁଳ ପରିବାରରୁ ଆସିଥିବା ବେଳେ ଭଲିବଲ ଖେଳ ପାଇଁ ଆଗ୍ରହ ରହିଆସିଛି। ଆବଶ୍ୟକୀୟ ପ୍ରଶିକ୍ଷଣ ଅଭାବରୁ ସେ ଆଗକୁ ବଢିବାରେ ନାନା ବାଧାର ସାମ୍ନା କରୁଛନ୍ତି। ସ୍ଥାନୀୟ ଅଂଚଳର କିଛି ସହୃଦୟ ବ୍ୟକ୍ତିଙ୍କ ପାଇଁ ଆଜି ସେ ସଫଳତା ପାଇ ପାରିଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!