ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପୈାର ପରିଷଦ ଆନୁକୁଲ୍ୟରେ ଆଜି ଏକ ବିକାଶ ରଥ ଶୁଭାରମ୍ଭ କରାଯାଇଛି । ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କ ସମେତ ସମସ୍ତ କାଉନସିଲରମାନେ ଉପସ୍ଥିତ ରହିଥିଲେ । ଏହି ବିକାଶ ରଥ ସହରର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ସରକାରଙ୍କ ସଫଳତାକୁ ସମ୍ପର୍କରେ ସଚେତନ କରିବ ବୋଲି ସୂଚନା ମିଳିଛି । ପୈାର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ଓ ସମସ୍ତ କର୍ମଚାରୀ ସାମିଲ ଥିଲେ ।






