Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନ ଅର୍ଥରେ କାର୍ଯ୍ୟକାରୀ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ତାଗିଦ

by ସଞ୍ଜୟ ସ୍ୱାଇଁ
March 31, 2021
in Nayagarh
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନ ଅର୍ଥରେ କାର୍ଯ୍ୟକାରୀ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ତାଗିଦ
64
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ରାଜ୍ୟର ପଶ୍ଚିମାଞ୍ଚଳର ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତି୍ରପାଠୀ ଜିଲ୍ଲାଗୁଡ଼ିକୁ ତାଗିଦ୍‌ କରିଛନ୍ତି । ଆଜି ଏକ ଭିଡ଼ିଓ କନ୍‌ଫରେନ୍ସରେ ସେ ଏଗାରଟି ଜିଲ୍ଲାର ଜିଲ୍ଲା ଯୋଜନା ଓ ତଦାରଖ ୟୁନିଟ୍‌ର ଉପନିର୍ଦ୍ଦେଶକମାନଙ୍କ ସହ ବାର୍ତ୍ତାଳାପ କରି ଅସଂପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସାରିବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ସେ ପୁରୁଣା ଢାଞ୍ଚାରେ କେତେକ ସଂସ୍କାର ଆଣି କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ପାରଦର୍ଶୀ ଓ ତ୍ୱରିତ ସଂପାଦନ ସକାଶେ ପଦକ୍ଷେପ ଗ୍ରହଣ କରିଥିବା ସୂଚିତ କରିଥିଲେ । ପରିଷଦର ବଜେଟ ବୃଦ୍ଧି ହେବା ସହ ଗୁରୁତ୍ୱ ମଧ୍ୟ ବୃଦ୍ଧି ପାଇଛି । ଜିଲ୍ଲାଗୁଡ଼ିକ ସେଥିପାଇଁ ନୂତନ ପ୍ରକଳ୍ପ ନିମନ୍ତେ ପ୍ରସ୍ତାବ ଦେବାକୁ ସେ କହିଥିଲେ । ଏଣିକି ଜିଲ୍ଲାଗୁଡ଼ିକରୁ ଫିଜିବିଲିଟି ରିପୋର୍ଟ ପାଇବା ପରେ ଅର୍ଥ ମଞ୍ଜୁରୀ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ପୂର୍ବରୁ ଅର୍ଥ ମଞ୍ଜୁରୀ ପରେ ଫିଜିବିଲିଟି ରିପୋର୍ଟ ଆସୁଥିବାରୁ କେତେକ କ୍ଷେତ୍ରରେ କାମ ଆରମ୍ଭ କରାଯାଇ ପାରୁନଥିଲା ଏବଂ ପ୍ରାପ୍ତ ଅନୁଦାନ ଫେରସ୍ତ କରିବାକୁ ପଡ଼ୁଥିଲା । ତେଣୁ ସେଥିରେ ଏବେ ପରିବର୍ତ୍ତନ ଅଣାଯାଇ ନୂଆ ଫରମାଟ୍‌ ପ୍ରସ୍ତୁତ କରି ଜିଲ୍ଲାମାନଙ୍କୁ ଯୋଗାଇ ଦିଆଯାଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଶାଖା କାର୍ଯ୍ୟାଳୟଗୁଡ଼ିକ ସଂପୃକ୍ତ ଜିଲ୍ଲାଗୁଡ଼ିକରେ କାର୍ଯ୍ୟାରମ୍ଭ କରିଥିବାରୁ ଏଣିକି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା କରାଯାଉଛି । ଏ ଯାବତ୍‌ ଏସବୁ ଜିଲ୍ଲାରେ ୧୧୪୩ଟି ପ୍ରକଳ୍ପ କାର୍ଯ୍ୟାରମ୍ଭ ହୋଇ ନପାରି ପଡ଼ି ରହିଥିବା ଯୋଗୁଁ ସେ କ୍ଷୋଭ ପ୍ରକାଶ କରି ଆସନ୍ତା ଅପ୍ରେଲ ୧୫ ତାରିଖ ମଧ୍ୟରେ ଏଗୁଡ଼ିକୁ କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ । ସେ ପ୍ରତି ପନ୍ଦର ଦିନରେ ଥରେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ସମୀକ୍ଷା କରିବେ ବୋଲି ଜଣାଇଛନ୍ତି । ଯେଉଁସବୁ ପ୍ରକଳ୍ପ ଅନୁଦାନ ଜିଲ୍ଲାରେ ରହିଛି ଏବଂ ସଂପୃକ୍ତ ପ୍ରକଳ୍ପ କାର୍ଯ୍ୟ ପାଇଁ ଫିଜିବିଲିଟି ନାହିଁ ସେହି ଅର୍ଥକୁ ତୁରନ୍ତ ଫେରସ୍ତ କରିବାକୁ ସେ କହିଥିଲେ । ଏଣିକି ଅନୁଦାନ ଅର୍ଥ ଜିଲ୍ଲାକୁ ଦେବା ପରିବର୍ତ୍ତେ ସିଧାସଳଖ ନିର୍ବାହୀ ସଂସ୍ଥାକୁ ପ୍ରଦାନ କରବାକୁ ପଦକ୍ଷେପ ନିଆଯାଇଥିବା ସେ ପ୍ରକାଶ କରିଥିଲେ । ଏହି ନୂତନ ପଦକ୍ଷେପଗୁଡ଼ିକ ଉପରେ ଜିଲ୍ଲାଗୁଡ଼ିକରୁ ସେ ମତାମତ ଲୋଡ଼ିଥିଲେ । ସଂପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ବିନିଯୋଗ ପତ୍ର ତୁରନ୍ତ ପ୍ରେରଣ କରିବାକୁ କୁହାଯାଇଥିଲା । ଏହି ବୈଠକରେ ପରିଷଦର ମୁଖ୍ୟ ନର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ପଟେଲ, ଉପନିର୍ଦ୍ଦେଶକ ଶ୍ରୀ ଦେବୀପ୍ରସାଦ ମହାନ୍ତି, ଡି.ଓ ଶ୍ରୀମତୀ ସୁଜାତା ମହାରଣା, ବିତ୍ତ ଅଧିକାରୀ ଶ୍ରୀ ଦେବରାଜ ମଣ୍ଡଳ, କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!