ଓଡ଼ଗାଁ, (ବାଘୁଆବାର୍ତ୍ତା): ତୃଣମୂଳ ସ୍ତରରୁ ନୟାଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଂଗଠନକୁ କ୍ରିୟାଶୀଳ କରାଇବା ସହ ମହିଳା କର୍ମୀମାନଙ୍କୁ ଏକଜୁଟ କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବିଜୁ ମହିଳା ଜନତା ଦଳ ସଭାପତି ବିରଜାଲକ୍ଷ୍ମୀ ସାହୁ । ବିଶେଷ କରି ବିଭିନ୍ନ ଗ୍ରାମପଞ୍ଚାୟତ ଗ୍ରସ୍ତ କରି ସ୍ଥାନୀୟ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଛନ୍ତି । ଗତକାଲି ନୟାଗଡ଼ ବ୍ଲକ ନଡ଼ିଆଳି ଏବଂ ମାଛିପଡ଼ା ଗ୍ରାମପଞ୍ଚାୟତ ଗ୍ରସ୍ତ କରି ଦଳୀୟ କର୍ମୀ ଏବଂ ମହିଳାମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଛନ୍ତି । ବିଶେଷ କରି ମହିଳା ମାନଙ୍କର ଆର୍ଥିକ ବିକାଶ ଓ ଆତ୍ମନିର୍ଭରଶୀଳତା କରାଇବା ସହ ସେମାନଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରାଇବା ଦିଗରେ ରାଜ୍ୟସରକାରଙ୍କର “ମିଶନଶକ୍ତି” ପ୍ରମୁଖ ଭୂମିକା ଗ୍ରହଣ କରିଅଛି । ମହିଳାମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦେବା ସହ ମହିଳାମାନଙ୍କ ନିମନ୍ତେ ହେଉଥିବା ବିଭିନ୍ନ ଜନକଲ୍ୟାଣଯୋଜନା ସମ୍ପର୍କରେ ବୁଥ ସ୍ତରରେ ପହଞ୍ଚାଇବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଆଜିର ଏହି ଗ୍ରସ୍ତ ସମୟରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ ଗୋଲାପ ଦଳବେହେରା, ଜିଲ୍ଲା ଅଙ୍ଗନବାଡ଼ି ସଂଘ ସଭାପତି ଜ୍ୟୋସ୍ନାମୟୀ ପଣ୍ଡା, ନୟାଗଡ଼ ବ୍ଲକ ମହିଳା ଜନତା ଦଳ ସଭାପତି ସୁମତି ପରିଡା, ସରପଞ୍ଚ ଏବଂ ସମିତି ସଭ୍ୟ ସାମିଲ ଥିଲେ ।






