ନୟାଗଡ଼, (ବାଘୁଆବାର୍ତ୍ତା) : ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂଗଠନକୁ ମଜବୁତ୍ କରିବା ସହ ରାଜ୍ୟ ସରକାରଙ୍କ ଶ୍ରମିକମାନଙ୍କ ପାଇଁ ବିକାଶ ମୂଳକ କାର୍ଯ୍ୟକୁ ଶ୍ରମିକମାନଙ୍କ ପାଖରେ ପଂହଚାଇବାର ଲକ୍ଷ୍ୟ ନେଇ କମିଟି ଗଠନକୁ ଗୁରୁତ୍ୱ ଦେଇକ୍ତି ଜିଲ୍ଲା କମିଟି । ନୟାଗଡ଼ ଓ ଓଡ଼ଗାଁ ବ୍ଲକ ସ୍ତରୀୟ ବିଜୁ ଶ୍ରମିକ ସାମ୍ମୁଖ୍ୟ ପରେ ପଂଚାୟତ ସ୍ତରୀୟ କମିଟି ଗଠନ ଚାଲିଛି । ନୟାଗଡ଼ ବ୍ଲକର ନାଟୁଗାଁ, ଖଣ୍ଟୁବନ୍ଧ, ପଣ୍ଡୁସର ଓ ଓଡ଼ଗାଁ ବ୍ଲକର ସୁନାମୁହିଁ ପଂଚାୟତ ସ୍ତରୀୟ ବୈଠକ ଶହ ଶହ ନିର୍ମାଣ ଗଠନ ଉପସ୍ଥିତିରେ କମିଟି ଗଠନ ଶେଷ ହୋଇଛି । ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ ନେତୃତ୍ୱରେ ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର, ବରିଷ୍ଠ ସଂଗଠକ ପୂର୍ଣ୍ଣଚନ୍ଦ୍ର ନାୟକ, ଯୁବ ସଂଗଠକ ଦୁର୍ଯ୍ୟୋଧନ ବେହେରା, ସୂର୍ଯ୍ୟ ପଟ୍ଟନାୟକ ବିଭିନ୍ନ ପଂଚାୟତ ଗ୍ରସ୍ତ କରି, ନିର୍ମାଣ ଶ୍ରମିକମାନଙ୍କୁ ସଚେତନ କରିବା ସହ ଦଲାଲ୍ ମାନଙ୍କଠାରୁ ଦୂରେଇ ରହି ସଂଗଠନ ମାଧ୍ୟମରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି । ନିର୍ମାଣ ଶ୍ରମିକାମାନଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାର ୧୭ ଗୋଟି ବିକାଶ ମୂଳ ସହାୟତା କାର୍ଯ୍ୟ କରୁଛି । ଏହି ଯୋଜନାରେ ସୁଫଳ ପାଇବାକୁ ବିଜୁ ଶ୍ରମିକମାନେ ବିଜୁ ଶ୍ରମିକ ସଂଗଠନରେ ସାମିଲ ହେବାକୁ ରାଜ୍ୟ ସହ ସଂପାଦକ ଆହ୍ୱାନ ଦେଇଛନ୍ତି ।





