ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟର ସହ ବନ୍ଧିତ ନିର୍ମାଣ ଶ୍ରମିକ ବୈଠକ ଓଡ଼ଗାଁ ହେମାମାଳିନୀ ମନ୍ଦିର ପରିସରରେ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠକ ସୂର୍ଯ୍ୟକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସହ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ ସଂଗଠନକୁ ମଜବୁତ କରିବା ସହ ରାଜ୍ୟ ସରକାରଙ୍କର ନିର୍ମାଣ ଶ୍ରମିକମାନଙ୍କ ପାଇଁ ଯୋଗାଇ ଦେଉଥିବା ସହାୟତା ରାଶି ତଳ ସ୍ତରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଖରେ କିଭଳି ପଂହଚିବ ସେ ନେଇ ଆହ୍ୱାନ ଦେଇଥିଲେ । ଆଲୋଚନାରେ ପଂଚାୟତ ନେତୃତ୍ୱମାନେ ଅଂଶ ଗ୍ରହଣ କରି ବିଜୁ ଶ୍ରମିକ ସାମ୍ମୁଖ୍ୟ ପଂଚାୟତ ସ୍ତରରେ କାର୍ଯ୍ୟକଲେ ଦଲାଲ୍ ମାନଙ୍କ ପାଦୃଭାବ ଲୋପ ପାଇବ ବୋଲି କହିଥିଲେ । ଏହି ଅବସରରେ କିଭଳି ଓଡ଼ଗାଁ ବ୍ଲକର ସମସ୍ତ ପଂଚାୟତ ଏବଂ ଏନ୍ଏସିରେ ସଂଗଠନ କମିଟି ଗଠନ କରିବାକୁ ଆଲୋଚନା ହୋଇଛି । ସେହିଭଲି ନୟାଗଡ଼ ସଦର ବ୍ଲକ ନାଟୁଗାଁ ପଂଚାୟତରେ ବିଭିନ୍ନ ଗ୍ରାମରୁ ଶହ ଶହ ଶ୍ରମିକ ଯୋଗଦେଇ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂଗଠନକୁ ମହୁଜୁତ୍ କରିବା ପାଇଁ ୧୫ ଜଣିଆ କମିଟି ଗଠନ କରିଛନ୍ତି । ଏହି ବୈଠକରେ ବିନୋଦ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ ନାଟୁଗାଁ ସରପଂଚ ପଦ୍ମଚରଣ ଉଦୟଭାନୁ ଅତିଥି ଭାବେ ଯୋଗ ଦେଇଥିଲେ । ସଂଗଠନକୁ ମଜୁବୁତ କରିବା ପାଇଁ ରାଜ୍ୟ ସହ ସଂପାଦକ ଶ୍ରୀଯୁକ୍ତ ପଟ୍ଟନାୟକ ଗୁରୁତ୍ୱ ଦେଇଥିଲେ ।





