ନୟାଗଡ଼,(ବାଘୁଆବାର୍ତ୍ତା): ବିଜୁ ଶ୍ରମିକ ସାମ୍ମୁଖ୍ୟର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଆଜି ଓଡ଼ଗାଁ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଜ୍ଞାପିତ ପରିଷଦର ୧୫ଟି ୱାର୍ଡର ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ଉପରେ ଗୁରୁତ୍ୱପୁର୍ଣ୍ଣ ଆଲୋଚନା କରାଯାଇଥିବା ଜଣାପଡିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ପରିଷଦର ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ବିଶ୍ୱରଂଜନ ସାହୁଙ୍କ ସଭାପତତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ, ଜିଲ୍ଲା ସଂପାଦକ ରବିନ୍ଦ୍ର କୁମାର ଶତପଥି, ବ୍ଲକ୍ ସଭାପତି ସୂର୍ଯ୍ୟକାନ୍ତ ପଟ୍ଟନାୟକ ଯୋଗ ଦେଇ ନିର୍ମାଣ ଶ୍ରମିକମାନଙ୍କ ପ୍ରାପ୍ୟ ତଥା ସୁବିଧା-ଅସୁବିଧା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ନିର୍ମାଣ ଶ୍ରମିକମାନେ କିଭଳି ସରକାରୀ ସାହାର୍ଯ୍ୟ ସହଯୋଗ ପାଇବେ ଏବଂ ନିର୍ମାଣ ଶ୍ରମିକଙ୍କ ପିଲାମାନେ କେମିତି ଶିକ୍ଷା ସହାୟତା ଓ ଝିଅମାନଙ୍କ ବିବାହ ସହାୟତା ଏବଂ ଶ୍ରମିକମାନେ କେମିତି ଭ । ପାଇବେ ସେ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଏବଂ ନବୀନ ସରକାରଙ୍କ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ରହିଥିବା ନିୟମ ଓ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ତତ୍ୱବଧାନରେ ଓଡ଼ଗାଁ ବ୍ଲକ୍ ଓ ବିଜ୍ଞାପିତ ପରିଷଦର ନିର୍ମାଣ ଶ୍ରମିକ ମାନଙ୍କ ସହାୟତା ରାଶି ସେମାନଙ୍କ ପାଖରେ କିପରି ପହଞ୍ଚିବ ସେଥିପତ୍ରି ଆଲୋଚନା କରାଯାଇଥିବା ଜଣାପଡିଛି ।





