ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆସନ୍ତା ୫ ତାରିଖରେ ପାଳନ ହେବ ବିଜୁ ପଟ୍ଟନାୟକ ଜୟନ୍ତୀ ସମାରୋହ । ସ୍ୱର୍ଗତ ବିଜୁ ବାବୁଙ୍କ ଜୟନ୍ତୀରେ ବିଜୁବାବୁଙ୍କୁ ଭାରତ ରତ୍ନ ମିଳୁ ବୋଲି ସର୍ବସମ୍ମତି କ୍ରମେ ଜୋର ଧରିଲା ଦାବି । ସ୍ୱର୍ଗତ ବିଜୁବାବୁଙ୍କ ଜୟନ୍ତୀ ପାଇଁ ବିଜେଡ଼ି କର୍ମଚାରୀଙ୍କ ସହିତ ବିସ୍ତୃୟ ଭାବେ ଆଲୋଚନା କରାଯିବ ବୋଲି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଜାତୀୟ ବିଶ୍ୱ ଯୁଦ୍ଧରେ ବିଜୁବାବୁଙ୍କ ଅବଦାନ ଅତୁଳନୀୟ । ବିଜୁବାବୁ ରାଜନେତା ନୁହଁନ୍ତି, ସେ ଷ୍ଟେର୍ଟସ୍ ମ୍ୟାନ୍ ଭାବେ ପରିଚିତ । ତାଙ୍କ ନାମକୁ କୌଣସି ପିଢି ଭୁଲିବେ ନାହିଁ । ତେଣୁ ବିଜୁବାବୁଙ୍କ ଜନ୍ମ ଜୟନ୍ତୀରେ ବୁଜୁବାବୁଙ୍କୁ ଭାରତ ରତ୍ନ ମିଳୁ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ବିଜେଡ଼ି ବିଧାୟକ ଅରବିନ୍ଦ ଢାଲି, ବିରୋଧି ଦଳର ଉପମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି ।





