ଭଦ୍ରକ, (ବାଘୁଆବାର୍ତ୍ତା): ବଡ଼ ଲୁଟ୍ ଘଟଣାର ମହାଖୁଲାସା । କିଛିଦିନ ପୂର୍ବରୁ ଭଦ୍ରକ ଷ୍ଟେଟ ବେଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ଅପର୍ତ୍ତିବିନ୍ଧା ନିକଟରେ ଜଣେ ଶିକ୍ଷକ ଙ୍କ ଠାରୁ ଦୁର୍ବୁତ୍ତ ମାନେ ନେଇଯାଇଥିବା ୧୨ ଲକ୍ଷ ଟଙ୍କା ଛଡାଇ ନେଇଯାଇଥିଲେ। ସୂଚନାନୁସାରେ, ଜୁନ୍ ୯ତାରିଖ ମଧ୍ୟାହ୍ନ ସମୟରେ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସାମ୍ନାଋ ଆଗରପଡା ହାଇସ୍କୁଲ ଶିକ୍ଷକ ଅଶୋକ କୁମାର ଖିଲାର ଯେକି ପୋଡ଼ାପଟଣା ବନ୍ତ ଗ୍ରାମର ବାସିନ୍ଦା,ସେ ଜମିକିଣିବା ଲାଗି ଟଙ୍କା ଉଠାଇବା ପାଇଁ ଆସିଥିବା ବେଳେ ବ୍ୟାଙ୍କ ବାହାରକୁ ଆସିବା ପରେ ପଖରେ ଥିବା ୧୨ ଲକ୍ଷ ଟଙ୍କା ଝାମ୍ପିନେଇଥିଲେ ଦୁର୍ବୁର୍ତ୍ତ । ପରେ ଶିକ୍ଷକ ଜଣକ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ଭଦ୍ରକ ପୋଲିସ ଘଟଣାକୁ ଅତି ଦୃଢ଼ତାର ସହ ନେଇ ତଦନ୍ତ କରୁଥିଲା ତେବେ ସେହି ମାମଲାରେ ଏସପିଙ୍କ ନିର୍ଦେଶ କ୍ରମେ ଭଦ୍ରକ ସଦର ଥାନାର ଏସଆଇ ଦିପ୍ତୀରେଖା ସ୍ୱାଇଁ ଓ ଆଇଆଇସି ଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇଥିଲା ଲୁଟେରାକୁ ଧରିବା ପାଇଁ ଏବଂ ଏହି ମାମଲାରେ ପୋଲିସ ତୀକ୍ଷ୍ଣ ନଜର ରଖିଥିଲା । ଗତକାଲି ପୋଲିସ କୌଣସି ସୂତ୍ରରୁ ଗୁପ୍ତ ଖବର ପାଇ ଜଣେ ଅଭିଯୁକ୍ତ କୁ ଆସ୍କା ଅଞ୍ଚଳ ରୁ ଗିରଫ କରିବା ସହ ତା ପାଖରୁ ୯ ଲକ୍ଷ ଟଙ୍କା ଉଦ୍ଧାର କରିଛି ଏବଂ ଗିରଫ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ପାକଳପଲ୍ଲୀ ଥାନା ଅନ୍ତର୍ଗତ ମରାଠୀ ବାସ ଗ୍ରାମର ଏମ ଶ୍ରୀକାନ୍ତ ବୋଲି ଜଣାପଡିଛି । ଉଦ୍ଧାର ଟଙ୍କାକୁ ଶିକ୍ଷକ ଙ୍କୁ ଡାକି ପୋଲିସ ଫେରାଇଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ନେଇ ଏକ ସାମ୍ବାଦିକ ସମ୍ମିଳନିରେ ପ୍ରକାଶ କରିଛନ୍ତି ଭଦ୍ରକ ଏସପି ଚରଣ ସିଂ ମିନା ସୂଚନା ଦେଇଛନ୍ତି । ତେବେ ଭଦ୍ରକ ପୋଲିସ ର ଏହି ବଡ ସଫଳତା କୁ ସମସ୍ତେ ପ୍ରଶଂସା କରିଛନ୍ତି ।





