Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଦ୍ୟୁତ୍ ସବ୍‌ଷ୍ଟେସନ କାର୍ଯ୍ୟକ୍ଷମ ବିଳମ୍ବକୁ ନେଇ ଜନଅସନ୍ତୋଷ

by Anil Panda
August 23, 2020
in Nayagarh
ବିଦ୍ୟୁତ୍ ସବ୍‌ଷ୍ଟେସନ କାର୍ଯ୍ୟକ୍ଷମ ବିଳମ୍ବକୁ ନେଇ ଜନଅସନ୍ତୋଷ
446
VIEWS
Share on FacebookShare on Twitter

ଖଣ୍ଡପଡ଼ା, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି, ସିଂଘାପଡା ଓ ମର୍ଦ୍ଦରାଜପୁର ପ୍ରଭୃତି ୩ଟି ପଂଚାୟତବାସୀଙ୍କ ବିଦ୍ୟୁତ୍ ସମସ୍ୟାର ଆଶୁ ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ଶକ୍ତିବିଭାଗ ପକ୍ଷରୁ କୋଟପୋଖରୀ ଗ୍ରାମ ନିକଟରେ ୩୩/୧୧ କେଭି ବିଦ୍ୟୁତ୍ ସବ୍‌ଷ୍ଟେସନ ନିର୍ମାଣ କାର୍ଯ୍ୟ ଗତ ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା । ଗତ ୪ବର୍ଷରୁ ଉର୍ଦ୍ଧ ସମୟଧରି ନିର୍ମାଣଧିନ ବିଦ୍ୟୁତ୍ ସବ୍‌ଷ୍ଟେସନ କାର୍ଯ୍ୟ ଶେଷ ହୋଇନଥିବା ଜଣାପଡିଛି । ତେବେ ସବ୍‌ଷ୍ଟେସନଟି କେବେ କାର୍ଯ୍ୟକ୍ଷମ ହେବ ଏ ନେଇ ଅନିଶ୍ଚିତତା ଦେଖାଦେଇଥିବାରୁ ଅଚଂଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶପାଇଛି । ଖଣ୍ଡପଡା ସେସୁ କର୍ତୃପକ୍ଷଙ୍କୁ ଏ ସମ୍ପର୍କରେ ପଚାରିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତର ମିଳୁନାହିଁ । ଅଦ୍ୟାବଧି ଉକ୍ତ ବିଦ୍ୟୁତ୍ ସବ୍‌ଷ୍ଟେସନର ୮୦ ପ୍ରତିଶତ କାର୍ଯ୍ୟଶେଷ ହୋଇଥିବା ଜଣାପଡିଛି । ବିଭାଗୀୟ କର୍ତୃପକ୍ଷଙ୍କ ଉଦାସୀନତାର ସୂଯୋଗ ନେଇ କାର୍ଯ୍ୟରେ ନିୟୋଜିତ ଠିକାଦାର ସବ୍‌ଷ୍ଟେସନ ନିର୍ମାଣରେ ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗ ହେଉଛି । ପ୍ରକାଶ ଥାଉ କି ନୂତନ ବିଦ୍ୟୁତ୍ ସବ୍‌ଷ୍ଟେସନଟି କାର୍ଯ୍ୟକ୍ଷମ ହେଲେ ଉପରୋକ୍ତ ୩ ଟି ପଂଚାୟତବାସୀ ଉପକୃତ ହେବା ସହ ଅଂଚଳବାସୀଙ୍କ ଲୋ ଭୋଲଟେଜ୍ ସମସ୍ୟା ଦୁର ହୋଇପାରିବ ବୋଲି ଜଣାପଡିଛି । ଉଚ୍ଚ କର୍ତୃପକ୍ଷ, ନୟାଗଡ ଜିଲ୍ଲାପାଳ ଓ ଖଣ୍ଡପଡା ବିଧାୟକ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!