ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ମଧ୍ୟଖଣ୍ଡ ବଡ଼ସାହିରେ ଆଜି ଏକ ଅଘଟଣ ଘଟିଛି । ଏହି ସାହିର ଚନ୍ଦ୍ର ଖମାରୀଙ୍କ ପୁଅ ସଚ୍ଚିଦାନନ୍ଦ ଜେନା ବାହାରେ ରାଜ୍ୟରେ ରହୁଥିବା ବେଳେ କିଛି ଦିନ ହେବ ସେ ଓଡ଼ିଶା ଫେରି ସଂଗରୋଧରେ ରହିଥିଲେ । ଗତ ୧୦ ତାରିଖରେ ସେ ସଂଗରୋଧ ମୁକ୍ତ ହୋଇ ଘରକୁ ଫେରିଥିଲେ । ଆଜି ସକାଳୁ ସଚ୍ଚିଦାନନ୍ଦ ଗାଧୋଇ ଆସି ଏକ ତାରରେ ଓଦା ଲୁଗା ଶୁଖାଇବା ବେଳକୁ ତାଙ୍କୁ କରେଣ୍ଟ ଲାଗି ସେ ଅଚେତ ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନରେ ଭର୍ତ୍ତୀ କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।





