ନୟାଗଡ଼, (ବାଘୁଆବାର୍ତ୍ତା): କୋଭିଡକୁ ନେଇ ସାରା ଦେଶ ଏବେ ହୁହୁକାର । ପରିସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି । ସ୍ଥିତି ଏମିତି ଯେ ଏବେ ଏହି ଘାତକ ମହାମାରୀ ଥମିବାରେ ନାଁ ନେଉନାହିଁ । କି ଗରିବ କି ଧନୀ କେହି ବି କୋଭିଡ କୋପରୁ ବର୍ତ୍ତିପାରୁ ନାହାନ୍ତି । ମହାରାଷ୍ଟ୍ର, ଛତିଶଗଡ଼, ଦିଲ୍ଲୀ, ୟୁପି ପରେ ଏବେ କୋଭିଡର ହସସ୍ପଟ ପାଲଟିଛି ପଶ୍ଚିମବଙ୍ଗ । ପ୍ରତି ଦୁଇ ଜଣରେ ଜଣେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି । ଏହାର ଭିତରେ ଟିଏମସିର ବିଧାୟକ ପ୍ରାର୍ଥୀ କାଜଲ ସିହ୍ନାଙ୍କର ପରଲୋକ ହୋଇଛି । ଖାରଦା ବିଧାନସଭା ନିର୍ବାଚନମଣ୍ଡଳୀର ଏହି ବିଧାୟକ ପ୍ରାର୍ଥୀ ଦୁଇ ଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ବେଲିଘାଟ ଆଇଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରବିବାର ସକାଳେ କିନ୍ତୁ ତାଙ୍କର ପରଲୋକ ହୋଇଛି ।





