Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ ବିଧାୟକ ଏକାଦଶଙ୍କ ବନ୍ଧୁତ୍ୱପୁର୍ଣ୍ଣ ଫୁଟବଲ ମ୍ୟାଚ

by ସଞ୍ଜୟ ସ୍ୱାଇଁ
January 13, 2024
in Nayagarh, Sports, State
୪ ବିଧାୟକ ଏକାଦଶଙ୍କ ବନ୍ଧୁତ୍ୱପୁର୍ଣ୍ଣ ଫୁଟବଲ ମ୍ୟାଚ
339
VIEWS
Share on FacebookShare on Twitter

ନୟାଗଡ଼ ଓ ରଣପୁର ଯୁଗ୍ମ ବିଜେତା

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖେଳ ପଡିଆରେ ଚାଲିଛି ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଆଜି ଥିଲା ବିଶ୍ରାମର ଦିନ । ଏହି ଅବସରରେ ନୟାଗଡ଼ ଜିଲ୍ଲାର ୪ ବିଧାୟକଙ୍କ ନେତୃତ୍ୱରେ ଏକ ବନ୍ଧୁତ୍ୱପୁର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଦିବା ୩ ଘଟିକା ସମୟରେ ପ୍ରଥମେ ନୟାଗଡ଼ ବିଧାୟକ ଏକାଦଶ ବନାମ ଦଶପଲ୍ଲା ବିଧାୟକ ଏକାଦଶ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ।

ଏଥିରେ ନୟାଗଡ଼ ୩-୦ ଗୋଲରେ ବିଜୟ ଲାଭ କରିଥିଲା । ନୟାଗଡ଼ ଦଳର ନେତୃତ୍ୱ ନେଇଥିଲେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ସେହିପରି ଦଶପଲ୍ଲା ଦଳର ନେତୃତ୍ୱ ନେଇଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ଏହା ପରେ ରଣପୁର ବିଧାୟକ ଏକାଦଶ ବନାମ ଖଣ୍ଡପଡ଼ା ବିଧାୟକ ଏକାଦଶ ଦଳ ମଧ୍ୟରେ ଖେଳ ଯାରି ରହିଥିଲା । ଏହି ଖେଳରେ ରଣପୁର ବିଧାୟକ ଏକାଦଶ ୧-୦ ଗୋଲରେ ବିଜୟ ଲାଭ କରିଥିଲା । ରଣପୁର ବିଧାୟକ ଏକାଦଶର ନେତୃତ୍ୱ ନେଇଥିଲେ ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ଖଣ୍ଡପଡାର ନେତୃତ୍ୱ ନେଇଥିଲେ ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ ।

ଏହାପରେ ଫାଇନାଲ୍ ମ୍ୟାଚ ନୟାଗଡ଼ ଓ ରଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କେହି କାହାରିକୁ ଗୋଲ ଦେଇ ପାରିନଥିଲେ । ସନ୍ଧ୍ୟା ହୋଇଯାଇଥିବାରୁ ଉଭୟ ଦଳକୁ ବିଜେତା ଘୋଷଣା କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଖଣ୍ଡପଡା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭା ନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସରୋଜ ରଣସିଂ, ଆଶିଷ ଅଗ୍ରୱାଲ, ସୁବାଷ କଅଁର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଆଜିର ମ୍ୟାଚକୁ ପରିଚାଳନା କରିଥିଲେ ଶେଷଦେବ ବେହେରା । ଶେଖ୍ ଅବଦୁଲ ଖାଲିକ୍‌, ଆଶୁତୋଷ ମିଶ୍ର ଓ ରାମକୃଷ୍ଣ ରଥ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଆସନ୍ତା କାଲି ନୟାଗଡ଼ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଦିନ ୧ଘଟିକାରୁ ୧୫୦୦ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆସନ୍ତା କାଲି ୩ ଘଟିକାରୁ ଟାଟା ଏକାଡେମୀ ଜାମ୍‌ସେଦପୁର ବନାମ ସାଇ ହାଲ ସୁନାବେଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!