ନୟାଗଡ଼, (ବାଘୁଆବାର୍ତ୍ତା): ତେଲକୋଇ ଅବକାୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ବିଦେଶୀ ମଦ ଜବତ କରାଯିବା ସହିତ ଜଣକୁ ଗିରଫ କରାଯାଇଛଇ । ଗିରଫ ଅଭିଯୁକ୍ତ ହେଲା ଢେଙ୍କାନାଳ ଜିଲ୍ଲାର କୈଳାସ ସାହୁ ୫୮ । ଅଭିଯୁକ୍ତ କୈଳାସ ଦୀର୍ଘ ଦିନ ହେବ ତେଲକୋଇ ଥାନା ରାଇସୁଆଁ ପଞ୍ଚାୟତ ମର୍ଦ୍ଦା ଗ୍ରାମ ବରବହଳି ସାହିରେ ଖୋଲମ୍ ଖୋଲା ବିଦେଶୀ ମଦ କାରବାର କରି ଆସୁଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ କୈଳାଶଙ୍କ ଠାରୁ ୩୬ଟି ବିଅର (୨୩.୪୦୦ ଲିଟର) ଓ ୪୦ଟି ନିବ୍ (୭.୨୦୦ଲିଟର) ବିଦେଶୀ ମଦ ଜବତ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରା ଯାଇ ଅଭିଯୁକ୍ତ କୋର୍ଟ ଚାଲାଣ କରାଯାଇଛି ।





