Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୋପ ପାଇବାକୁ ବସିଲେଣି ଘରଚଟିଆ:ଆଉ ଶୁଭୁନି କିଚିରିମିଚିରି ସ୍ୱର

by ସଞ୍ଜୟ ସ୍ୱାଇଁ
May 7, 2021
in Feature News, State
ଲୋପ ପାଇବାକୁ ବସିଲେଣି ଘରଚଟିଆ:ଆଉ ଶୁଭୁନି କିଚିରିମିଚିରି ସ୍ୱର
155
VIEWS
Share on FacebookShare on Twitter

ନବରଙ୍ଗପୁର,(ବାଘୁଆବାର୍ତ୍ତା): ପ୍ରତ୍ୟେକ ଦିନ ଆମ ଚତୁଃପାର୍ଶ୍ୱରେ ଭିନ୍ନ ଭିନ୍ନ ପ୍ରକାର ପକ୍ଷୀ ଦେଖିଥାଉ। ଘରଚଟିଆ ସେଥିମଧ୍ୟରୁ ଅନ୍ୟତମ। ଏବେ ଘରଚଟିଆ ଧୀରେ ଧୀରେ ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳରୁ ଲୋପ ପାଇବାକୁ ବସିଲେଣି। ପାଗର ପରିବର୍ତ୍ତନ ସାଙ୍ଗକୁ ବିଭିନ୍ନ କାରଣରୁ ଏମାନଙ୍କ ବଂଶ ବୃଦ୍ଧି ହୋଇପାରୁନାହିଁ। ଘରର ଚାଳ ଉପରେ କିଚିରିମିଚିରି ଶବ୍ଦ କରୁଥିବା ଏହି ପ୍ରିୟ ପକ୍ଷୀଙ୍କ ନିରାପଦ ସ୍ଥାନ ହେଉଛି ଚାଳ ଛପର ଘର। ଘରେ ବାସ କରୁଥିବାରୁ ଏହି ପକ୍ଷୀର ନାଁ ଘରଚଟିଆ। ଏହା ଏକ ସାହାଯ୍ୟକାରୀ ପକ୍ଷୀ। ଘର ଭିତରର ନାନାଦି ପୋକ ଖାଇ ସଫା କରିଥାଏ। ରାତି ପାହିବା କ୍ଷଣି କିଚିରିମିଚିରି ଶବ୍ଦ କରି ମଣିଷକୁ ନିଦରୁ ଉଠାଇବାରେ ସାହାଯ୍ୟ କରିଥାଏ। ଘରଚଟିଆର ଲମ୍ବ ପ୍ରାୟ ୬ ରୁ ୭ ସେମି ମଧ୍ୟରେ ଓଜନ ୩୦ରୁ ୩୫ଗ୍ରାମ୍‌। ଏହା ଥରକୁ ୪ରୁ ୫ଟି ଅଣ୍ଡା ଦେଇଥାଏ। ପ୍ରାୟ ୧୩ରୁ ୧୫ଦିନ ପର୍ୟ୍ୟନ୍ତ ଅଣ୍ଡାକୁ ଉଷୁମାଇଥାଏ। ଗାଁରୁ ହିଁ ଏମାନେ ବେଶୀ ପରିମାଣରେ ଖାଦ୍ୟ ସଂଗ୍ରହ କରିଥାନ୍ତି। ଧାନ, ଗହମ, ଡାଲିଦାନା, କୀଟ,ପତଙ୍ଗ,ଜିଆ,ଆଦି ଏମାନଙ୍କର ପ୍ରଧାନ ଖାଦ୍ୟ। ଶାବକମାନଙ୍କୁ ମଧ୍ୟ ସେମାନେ ଏହା ଖୁଆଇଥାନ୍ତି। ଏହି ପକ୍ଷୀଟି କେବଳ ଭାରତରେ ନୁହେଁ ବ୍ରିଟେନ୍‌,ନେଦରଲାଣ୍ଡରେ ମଧ୍ୟ ଦେଖାଯାଇଥାନ୍ତି। ଘରଚଟିଆର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଉଛି। ଏହି ଦିବସର ଉଦ୍ଦେଶ୍ୟ ହେଲା ଲୋପ ପାଇବାକୁ ବସିଥିବା ଘରଚଟିଆର ସଂରକ୍ଷଣ। ଘରଚଟିଆ ଦୁଇଟି ଜାତି ଓ ୧୨ ପ୍ରଜାତିର ଅଛନ୍ତି। ସେହିପରି ଘରଚଟିଆ ଧୂଳିରେ ଗଡ଼ିଲେ ବର୍ଷାର ଆଗମନ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ନବରଙ୍ଗପୁର ଜିଲ୍ଲାରେ ଆଗରୁ ବହୁ ଘରଚଟିଆ ଦେଖାଯାଉଥିଲା କିନ୍ତୁ ଏବେ ଚାଳଛପର ଘର ପରିବର୍ତ୍ତେ ଛାତ ଘର ଏବଂ ଆଜ୍‌ବେଷ୍ଟସ ଘର ଯୋଗୁ ଘରଚଟିଆ ବସା କରି ରହିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଯେଉଁଠି ବି ରହୁଛନ୍ତି ସେଇ ସ୍ଥାନକୁ ନିରାପଦ ମଣୁନାହାନ୍ତି। ଏବେଠୁ ପଶୁପକ୍ଷୀ ପ୍ରେମୀ ମାନେ, ସ୍ବେଚ୍ଛାସେବୀ ପକ୍ଷୀ ବିଶେଷଜ୍ଞ, ଜଙ୍ଗଲ ବିଭାଗ ଯଦି ଗାଁକୁ ଗାଁ ଯାଇ ସଚେତନ କରନ୍ତେ ତେବେ ଲୋପ ପାଇବାକୁ ଥିବା ଘରଚଟିଆର ବଂଶରକ୍ଷା ହୋଇପାରନ୍ତା ବୋଲି ପରିବେଶ ବିତ୍‌ମାନେ ମତ ବ୍ୟକ୍ତ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!