ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଲକର ଭୂମିହୀନ ଲୋକଙ୍କୁ ବସୁନ୍ଧରା ଯୋଜନାରେ ପଟ୍ଟା ବଣ୍ଟନ କରାଯାଇଛି । ରାଜ୍ୟ ସରକାର ଭୂମିହୀନ ଥିବା ସାଧାରଣ ଜନତାଙ୍କୁ ଏହି ଯୋଜନାରେ ସାମିଲି କରିଛନ୍ତି । ସେମାନଙ୍କୁ ସରକାରଙ୍କ ପକ୍ଷରୁ ବାସସ୍ଥାନ ଯୋଗାଣ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସରକାରଙ୍କର ଅନ୍ୟାନ ଯୋଜନାକୁ ସବୁକୁ ହିତାଧିକାରୀ ଉପଯୋଗ କରି ପାରିବେ । ଏହି ଉପଲକ୍ଷେ ନୟାଗଡ଼ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଓଡ଼଼ଗାଁ ତହସିଦାର ଏବଂ ଅତିରିକ୍ତ ତହସିଲଦାର ୨୬ ଜଣ ଲୋକଙ୍କୁ ପଟ୍ଟା ପ୍ରଦାନ କରିଛନ୍ତି ।






