Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଶପଲ୍ଲାରୋ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା : ସନ୍ଧାନୀ କୁକୁର ଅପେକ୍ଷାରେ ଶବ ପଡିରହିଛି

by ସଞ୍ଜୟ ସ୍ୱାଇଁ
November 20, 2019
in Crime, Nayagarh, State
30
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା) : ଦଶପଲ୍ଲା ସହର କୃଷ୍ଣଚନ୍ଦ୍ରପୁରପାଟଣାରେ ବୁଧବାର ଦିନ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମାୟାଧର ପୃଷ୍ଟି ନାମକ ଜଣେ ୭୦ବର୍ଷ ବୃଦ୍ଧଙ୍କୁ ଗଳାକାଟି ଅତି ନୃଶଂସ ଭାବେ ହତ୍ୟା କରି ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମାୟାଧରଙ୍କ ରକ୍ତ ଜୁଡୁବୁଡୁ ଶବକୁ ଜବତ କରି ଖାନତଲାସି ଆରମ୍ଭ କରିଛି । ନୟାଗଡ଼ରୁ ଫୋରେନ୍ସିକ୍ ଅନୁସନ୍ଧାନ ଦଳ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଅଧିକ ଅନୁସନ୍ଧାନ ସକାଶେ ପୁଲିସ କୁକୁର ଭୁବନେଶ୍ୱରରୁ ମଗାଯାଇଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରାପ୍ତ ଘଟଣାରୁ ପ୍ରକାଶ ଯେ, ସବୁଦିନ ଭଳି ମୟାଧର ନିତ ନିତ୍ୟକର୍ମ ସାରି ଠାକୁର ପୂଜା ଆରମ୍ଭ କରିବା ସହିତ ରୋଷେଇ ପାଇଁ ଡାଲି ଗ୍ୟାସ୍ରେ ବସାଇଥିଲେ । ତାଙ୍କ ପତ୍ନୀ ସୁକାନ୍ତି ଦୁର୍ଗାବଜାର କଲୋନୀସ୍ଥିତ ଏକ କଲେଜ ମେସ୍କୁ ରୋଷେଇ କରିବାକୁ ଯାଇଥିଲେ । ପ୍ରାୟ ଦିନ ୧୧ଟା୪୫ମିନିଟ୍ ସମୟରେ ଘରେ ପହଞ୍ଚିବା ପରେ କବାଟ ଶିକୁଳି ବାହାରପଟୁ ଦିଆଯାଇଛି । ଘରେ ପ୍ରବେଶ କରିବା ପରେ ଡାଲି ଡେକ୍ଚି ପୋଡି ପାଉଁଶ ହୋଇଯାଇଛି । ଶୋଇବା ଘର ଖୋଲିବା ପରେ ସ୍ୱାମୀ ମାୟାଧରଙ୍କ ରକ୍ତଜୁଡୁବୁଡୁ ମୃତଦେହ ଦେଖି ପୋଲିସ୍କୁ ଖବର ଦେଇଥିଲେ । ମାୟାଧରଙ୍କ ୩ଟି ଝିଅ ବିବାହିତା ଏବଂ ଗୋଟିଏ ପୁଅ ୨ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲା । ବିଧବା ବୋହୁ ଏବଂ ୮ବର୍ଷର ନାତୀ ନୟାଗଡ଼ ନିକଟସ୍ଥ ମଶାଣିଝୋଲା ଗାଁରେ ନିଜ ବାପଘରେ ହରୁଛନ୍ତି । ହତ୍ୟାକାଣ୍ଡର ସୁରାକ ପୋଲିସକୁ ଦୀର୍ଘ ୬ଘଣ୍ଟା ପର୍ଯ୍ୟନ୍ତ ମିଳିପାରି ନାହିଁ । ବୋହୂର ମୋବାଇଲ୍ଟି ସନ୍ଦେହରେ ପୋଲିସ ଜବତ କରିଛି । ପୋଲିସ ସନ୍ଧାନୀ କୁକୁର ଅପେକ୍ଷାରେ ରହିଛି । ଏହି ହତ୍ୟାକାଣ୍ଡ ରହସ୍ୟମୟ ହୋଇଥିବାରୁ ପୁଲିସ୍ ପାଇଁ ବର୍ତ୍ତମାନ ଅପରାଧୀକୁ ଧରିବା ଏକ ଚ୍ୟାଲେଞ୍ଜ ପାଲଟିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଜଣେ ଧର୍ମପ୍ରାଣା ତଥା ନିଷ୍ପାପ ବ୍ୟକ୍ତିଙ୍କ ହତ୍ୟାକୁ ନେଇ ଭୟ ସୃଷ୍ଟି ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!