ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦିଲ୍ଲୀ ସହରକୁ ପଛରେ ପକାଇଲା ଭୁବନେଶ୍ୱର ସହର । କଥାରେ ଅଛି ଯେଉଁ ରାଜ୍ୟର ରାଜଧାନୀ ଯେତେ ବିକଶିତର ଫୁଆରା ଫିଟିଛି ସେହି ରାଜ୍ୟ ସେତିକି ବିକାଶଶୀଳ ବୋଲି ଆଲୋଚନା କରାଯାଇଥାଏ । ହେଲେ ଆଜି ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ ଦ୍ୱାରା ଜାରି ହୋଇଥିବା ରିପୋର୍ଟରେ ଏହା ଜଣାପଡିଛି । ସିଏସଇ ଜାରି ହୋଇଥିବା ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ ୨୦୨୦ ବର୍ଷର ରିପୋର୍ଟ ଜାରି କରିଛି । ଏହି ରିପୋର୍ଟରେ ରହୁବା ପାଇଁ ସବୁଠୁ ଭଲ ସହର ହେଉଛି ଓଡ଼ିଶାର ଭୁବନେଶ୍ୱର । ଏହି ରିପୋର୍ଟରେ ଶୀର୍ଷରେ ଥିବା ୫ଟି ରାଜଧାନୀ ଭିତରେ ବାଙ୍ଗାଲୋର ସର୍ବାଗେ ରହିଥିବା ବେଳେ ଦ୍ୱିତୀୟରେ ଚେନ୍ନାଇ, ତୃତୀୟରେ ଶିମଲା, ଚତୁର୍ଥରେ ଓଡ଼ିଶାର ଭୁବନେଶ୍ୱର ଓ ପଞ୍ଚମରେ ମୁମ୍ବାଇ ରହିଛି । ଯେଉଁ ରିପୋର୍ଟ ପ୍ରସ୍ତୁତ ହୋଇଛି ତାହା ୪ଟି ପାରାମିଟର ଉପରେ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରନମେଣ୍ଟ ଗୁରୁତ୍ୱ ଦେଇଥାଏ । ସେଗୁଡିକ ହେଲା, ରାଜଧାନୀରେ ରହୁଥିବା ଲୋକଙ୍କ ପାଇଁ ବଞ୍ଚିବାର ସଗମତା, ଜୀବନର ମାନ, ରୋଜଗାର କରିବାର ସୁଗମତା, ନିରନ୍ତର ବିକାଶ ଏବଂ ନାଗରିକଙ୍କ ଧାରଣାକୁ ଆଦାର କରି ବିଭିନ୍ନ ରାଜ୍ୟର ରାଜଧାନୀକୁ ନମ୍ବର ଦିଆଯାଇଥାଏ ।





