Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହୋଟେଲ ମାଲିକଙ୍କୁ ହାଣିଲେ ପାଖ ହୋଟେଲ୍ କର୍ମଚାରୀ

by ସଞ୍ଜୟ ସ୍ୱାଇଁ
January 25, 2025
in Crime, State
ହୋଟେଲ ମାଲିକଙ୍କୁ ହାଣିଲେ ପାଖ ହୋଟେଲ୍ କର୍ମଚାରୀ
171
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜଣେ ହୋଟେଲ୍ ମାଲିକଙ୍କୁ ହାଣି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଅନ୍ୟ ଏକ ହୋଟେଲ୍ କର୍ମଚାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ଷ୍ଟେସନ ରୋଡ୍‌ରେ ଥିବା ଡେଲାଙ୍ଗ ହୋଟେଲର କର୍ମଚାରୀ ବୀରେନ୍ ଓରଫ ବୀରେନ୍ଦ୍ର ପ୍ରଧାନ(୪୨) । ଘର ଡେଲାଙ୍ଗ ଥାନା ବଡ଼ଙ୍କୁଳ । ପୁଲିସ ସୂଚନା ଅନୁଯାୟୀ, ଡେଲାଙ୍ଗ ହୋଟେଲକୁ ଲାଗି ରବୀନ୍ଦ୍ର କୁମାର ଜୟସିଂହ ‘ଖାନା ବିରିୟାନୀ ସେଣ୍ଟର’ ଖୋଲିଛନ୍ତି । ଗତକାଲି ରାତିରେ ତାଙ୍କ ଦୋକାନରେ ଗ୍ରାହକମାନେ ଖାଇ ବସିଥିବା ବେଳେ ବୀରେନ୍ କିଛି ମଇଳା ପାଣି ସେଠାରେ ଢାଳି ଦେଇଥିଲେ । ଏହାକୁ ରବୀନ୍ଦ୍ର ବିରୋଧ କରିବାରୁ ବୀରେନ୍ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ଏକ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ରାତାରାତି ବୀରେନ୍‌ଙ୍କୁ ଉଠାଇ ଆଣିଥିଲା । ବୀରେନଙ୍କ ନାମରେ ପୂର୍ବରୁ ମଧ୍ୟ ଡେଲାଙ୍ଗ ଥାନାରେ ଏକ ମାମଲା ଥିବା ଜଣା ପଡ଼ିଥିଲା। ଶୁକ୍ରବାର ବୀରେନଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!