ଭୁବନ, (ବାଘୁଆବାର୍ତ୍ତା): ସଂକ୍ରମଣ ଭୟରେ ପରିବାର ଲୋକଙ୍କ ହଜିଗଲା ମାନବିକତା । ପୁଅର ଶବ ପାଖ ମାଡିଲେନି ପରିବାର ଲୋକ । ଘଣ୍ଟା ଘଣ୍ଟା ଧରି ଘର ଭିତରେ ବଡିରହିଲା ଶବ । ପ୍ରଶାସନରର ନିରୂପାୟ ପରେ ହସ୍ତକ୍ଷେପ କଲେ ଗଣମାଧ୍ୟମ ପ୍ରତିନିଧି । ଦୀର୍ଘ ୭ଘଣ୍ଟା ବିଳମ୍ବରେ ଘରୁ ଉଠିଲା ପୁଅର ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନ ଅଞ୍ଚଳରେ । ସୂଚନାନୁସାରେ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ରେଣଦାପାଟଣା ଗ୍ରାମର ନିରଞ୍ଜନ ବେହେରା(୪୫)ନାମକ ଜଣେ ବ୍ୟକ୍ତି ଭୁବନେଶ୍ୱର ଏକ ଘରୋଇ କେବୁଲ୍ ସଂସ୍ଥାରେ ଗ୍ରୁପ୍-୪ ସିକ୍ୟୁରିଟ୍ ସଂସ୍ଥାରେ କାର୍ଯ୍ୟରତ ଥିଲେ । ୮ଦିନ ପୂର୍ବରୁ ମହାମାରୀ କରୋନା ସଂକ୍ରମିତ ଆଶଙ୍କାରେ ନିଜ ଗାଁକୁ ଆସି ସଂଗରୋଧ ଗୃହରେ ରହିଥିଲେ । ତେବେ ଆଜି ସକାଳୁ ନିରଞ୍ଜନଙ୍କ ଦେହାନ୍ତ ହୋଇଥିଲା । କରୋନା ସଂକ୍ରମଣ ଆଶଙ୍କାରେ ତାଙ୍କ ପରିବାର ଲୋକ ନିରଞ୍ଜନଙ୍କ ପାଖ ମାଡିନଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ ବ୍ଲକ୍ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ନିରଞ୍ଜନ କୋଭିଡ୍ ପଜେଟିଭ୍ ଥିବା ଜାଣିବାକୁ ପାଇଥିଲେ । ପାଖରେ ଆନୁସଂଗୀକ ବ୍ୟବସ୍ଥା ନଥିବାରୁ ଦୀର୍ଘ ଘଣ୍ଟା ଶବ ପଡି ରହିଥିଲା । ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ ହସ୍ତକ୍ଷେପ ପରେ ଭୁବନ ବ୍ଲକ୍ ପ୍ରଶାସନ ପକ୍ଷରୁ ଶବଦାହ କରିବାର ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ମିଳିଛି ।






