ଭୋପାଳ, (ବାଘୁଆବାର୍ତ୍ତା): ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଚୋର । ଯଦି ଟଙ୍କା ନାହିଁ ତେବେ କାହିଁକି ତାଲା ପକାଉଛ ବୋଲି ଚିଠିରେ ଅଜବ୍ ପ୍ରଶ୍ନ କରିଛି ଚୋର? କେବଳ ସେତିକି ନୁହେଁ ଜିଲ୍ଲାପାଳଙ୍କ ଘରକୁ ଚୋରି କରିବାକୁ ଆସି ଖୋଦ୍ ଜିଲ୍ଲାପାଳଙ୍କ ଡାଏରୀରେ ଏବଂ ପେନ୍ ବ୍ୟବହାର କରି ଚିଠି ଲେଖିଲା ଚୋର। ଏବେ ଏହି ଚିଠି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମଧ୍ୟପ୍ରଦେଶର ଦେୱାସରେ ଘଟିଛି ଏଭଳି ଅଜବ ଚୋରି ଘଟଣା। ଏଠାକାର କିଛି ଚୋର ଉପ-ଜିଲ୍ଲାପଳଙ୍କ ଘରକୁ ଟାର୍ଗେଟ କରିଥିଲେ। ଘରେ କେହି ନଥିବାର ସୁଯୋଗ ପାଇ ଚୋରମାନେ କବାଟ ଭାଙ୍ଗି ପଶିଥିଲେ। ହେଲେ ହାତରେ କିଛି ଲାଗିନଥିଲା। ଘରେ ଟଙ୍କାଟିଏ ବି ନଥିଲା। ଏଥିରେ ବିରକ୍ତ ହୋଇ ଚୋର ଉପ-ଜିଲ୍ଲାପାଳଙ୍କ ନାଁରେ ତାଙ୍କ ଡାଏରୀରେ ଏକ ଚିଠି ଲେଖି ଆସିଥିଲା। ଏହି ଚିଠିରେ ଲେଖାଥିଲା-‘ଯଦି ଘରେ ଟଙ୍କା ନଥିଲା ତେବେ କାହିଁକି ତଲା ପକାଉଥିଲ। ଜିଲ୍ଲାପାଳ । ପ୍ରକୃତରେ, ଏହି ଚୋର ଜଣକ ଖଟେଗାଓଁ ଏସଡିଏମ (ଡେପୁଟି କଲେକ୍ଟର) ତ୍ରିଲୋଚନ ଗଉଡ୍ଙ୍କ ସିଭିଲ ଲାଇନରେ ସ୍ଥିତ ସରକାରୀ ଘରେ ଚୋରି କରିବାକୁ ଯାଇଥିଲେ। ଗଉଡ୍ ବର୍ତ୍ତମାନ ଦେୱାସର ଖାଟେଗାଓଁ ତହସିଲର ଏସଡିଏମ୍ ଅଟନ୍ତି। ସେ ପ୍ରାୟ ୧୫ ଦିନ ଧରି ଦେୱାସରେ ଥିବା ତାଙ୍କ ଘରକୁ ଆସି ନଥିଲେ।






