Friday, April 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିନିଲ୍ କ୍ରିଷ୍ଣା ଡେପୁଟେଶନରେ ଯିବେ

by ସଞ୍ଜୟ ସ୍ୱାଇଁ
May 29, 2025
in State
ଭିନିଲ୍ କ୍ରିଷ୍ଣା ଡେପୁଟେଶନରେ ଯିବେ
81
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୨୦୦୫ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଆର୍. ଭିନିଲ୍ କ୍ରିଷ୍ଣା କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ତାଙ୍କୁ କେନ୍ଦ୍ରରେ କ୍ରୀଡ଼ା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ମିଳିଛି। ଯେବେଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ ସେବେଠୁ ୫ ବର୍ଷ ପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରକାଶ ନ ପାଇବା ଯାଏଁ ସେ ଏହି ଦାୟିତ୍ୱରେ ରହିବେ। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ୪୧ ଜଣ ଅଫିସରଙ୍କୁ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ଭିନିଲ କ୍ରିଷ୍ଣା ରହିଛନ୍ତି। ରାଜ୍ୟରେ ଭାଜପା ସରକାର ଆସିବା ପରେ ତାଙ୍କୁ ଲ୍ୟାଣ୍ଡ ରେକର୍ଡ ଏବଂ ସେଟେଲମେଣ୍ଟ କମିଶନର ଭାବେ ଦାୟିତ୍ୱ ଦେଇଥିଲା। ଗତ ବିଜେଡି ସରକାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ସେ କାର୍ଯ୍ୟ କରୁଥିଲେ। ଏହାସହ ସେ କ୍ରୀଡ଼ା ବିଭାଗ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ। ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ରାଜ୍ୟର ଏକାଧିକ ଆଇଏଏସ୍ ଏବଂ ଆଇପିଏସ୍ ଅଫିସର ଡେପୁଟେଶନରେ ଯାଇସାରିଲେଣି। ମୁଖ୍ୟତଃ ଗତ ବିଜେଡି ସରକାର ସମୟରେ ଯେଉଁମାନେ ସବୁଠାରୁ କ୍ଷମତାଶାଳୀ ଆଇଏଏସ୍ ଏବଂ ଆଇପିଏସ୍ ଅଫିସର ଭାବେ ଜଣାଶୁଣା ଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ପରେ ଜଣେ ଏବେ କେନ୍ଦ୍ରକୁ ଡେପୁଟେଶନରେ ଚାଲିଯାଉଛନ୍ତି। ସେହିପରି ଭିନିଲ କ୍ରିଷ୍ଣା ବିଜେଡି ସରକାରରେ ବହୁ କ୍ଷମତାଶାଳୀ ଅଫିସର ଭାବେ ଚର୍ଚ୍ଚାରେ ରହିଥିଲେ। ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ବୋଲାଉଥିବା ଭି.କେ. ପାଣ୍ଡିଆନଙ୍କ କୋଟେରିରେ ଭିନିଲ କ୍ରିଷ୍ଣା ସବୁବେଳେ ନଜରକୁ ଆସୁଥିଲେ। କ୍ରିଷ୍ଣାଙ୍କୁ ଡେପୁଟେଶନ ନେଇ କିଛିଦନ ହେବ ଚର୍ଚ୍ଚା ହେଉଥିବା ବେଳେ ଏହା ବର୍ତ୍ତମାନ ନିର୍ଦ୍ଦେଶନାମା ଜରିଆରେ ପ୍ରକାଶ ପାଇଛି।

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026
ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

April 23, 2026
ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

April 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!