ଓଡ଼ଗାଁ(ବାଘୁଆବାର୍ତ୍ତା):ଓଡ଼ଗାଁ ବ୍ଲକ ରାବରା ମାଟିଆ ସାମଲଙ୍କ ପୁଅ ଭଗବାନ ସାମଲ ଏକ ଆକସ୍ମିକ ଦୁର୍ଘଟଣାରେ ନିଜର ଡାହାଣ ଗୋଡ଼ ହରାଇବସିଥିବା ବେଳେ ତାଙ୍କ ଉପରେ ନିର୍ଭରଶୀଳ ୮ ଜଣ ପ୍ରାଣୀ ବଡ ଦୁଃଖରେ ଜୀବନଯାପନ କରୁଛନ୍ତି ।
ଦୁର୍ଘଟଣା ପରେ ଭଗବାନଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣଭାବେ ଦୋହଲି ଯାଇଛି ।ଏହି ଖବର ଶୁଣି ଓଡ଼ଗାଁ ବ୍ଲକ ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ ଏବଂ ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ ଭଗବାନଙ୍କ ଘରେ ପହଂଚି ପ୍ରଶାସନିକ ସ୍ତରରେ ତାଙ୍କୁ କିପରି ସମସ୍ତ ପ୍ରକାର ସାହାଯ୍ୟ ସୁବିଧା ଯୋଗାଇ ଦିଆଯିବ ସେଥି ନିମନ୍ତେ ପ୍ରତିଶୃତି ଦେବା ସହ ସ୍ୱଳ୍ପ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି ।






