Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାଟସାହି ହତ୍ୟାକାଣ୍ଡ, ବାପା ପୁଅଙ୍କୁ ଚାଲିଛି ଜେରା

by Anil Panda
August 29, 2020
in Crime, Nayagarh
ଭାଟସାହି ଚାଷ ଜମିରୁ ରକ୍ତାକ୍ତ ଶବ ଉଦ୍ଧାର, ଦୁଇ ଅଟକ
859
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଭାଟସାହି ଗ୍ରାମରେ ଗତକାଲି ଘଟିଥିବା ବିଭତ୍ସ ହତ୍ୟା ଘଟଣାରେ ପୁଲିସ ହତ୍ୟାକଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ଅଟକଥିବା ବାପା ପୁଅଙ୍କୁ ଘଟଣା ସଂମ୍ପର୍କରେ ପଚରାଉଚରା ଚଳାଇଥିବା ଜଣାଯାଇଛି । ସୂଚନାନୁସାରେ, ଭାଟସାହି ଗ୍ରାମର ଅର୍ଜ୍ଜୁନ ପ୍ରଧାନଙ୍କର ଶବ ଗତକାଲି ରକ୍ତାକ୍ତ ଅବସ୍ଥାରେ ଚାଷ ଜମିରୁ ଉଦ୍ଧାର କରାଯାଇଥିଲା । ତାଙ୍କ ମୁଣ୍ଡକୁ ହାଣି ହତ୍ୟା କରାଯାଇଥିବା ନେଇ ଅର୍ଜ୍ଜୁନଙ୍କ ପୁଅ ହାଡ଼ୁବନ୍ଧୁ ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ଶବ ମିଳିବା ବେଳକୁ ସଂନ୍ଧ୍ୟା ହୋଇ ସାରିଥିବାରୁ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଅର୍ଜ୍ଜୁନଙ୍କ ବଡ଼ପୁଅ ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ରାଜନ ଦାଶଙ୍କ ପୁଅ କାବୁଲି ଦାଶ, ବାବୁଲି ଦାଶ ଏବଂ ଚରଣ ବେହେରାଙ୍କ ପୁଅ ବିଜୟ ବେହେରାଙ୍କ ସହ ତାଙ୍କ ବାପାଙ୍କର ପୂର୍ବ ଶୁତ୍ରତା ରହିଥିଲା । ଏହି ବ୍ୟକ୍ତିମାନଙ୍କ ସହ ଜମିବାଡ଼ି ବିବାଦକୁ ନେଇ ପୂର୍ବରୁ ତାଙ୍କର ଗଣ୍ଡଗୋଳ ହୋଇଥିବା ବେଳେ ଏନେଇ ଟାଉନଥାନାରେ ପୂର୍ବରୁ ମାମଲା ମଧ୍ୟ ରହିଥିଲା । ସୁଯୋଗ ପାଇଁ ଏହି ବ୍ୟକ୍ତିମାନେ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ନେଇ ହାଡ଼ୁବନ୍ଧୁ ଥାନାରେ ଅଭିଯୋଗ କରିଥିବା ବେଳେ ଗତକାଲି ରାତିରେ ପୁଲିସ ଦୁଇ ଜଣଙ୍କ ଧରି ଥାନାକୁ ଆଣି ପଚାରାଉଚରା ଚଳାଇଥିବା ଜଣାଯାଇଛି । ଏହି ଦୁଇ ଜଣ ରାଜନ ଦାଶ ଏବଂ ତାଙ୍କ ପୁଅ କାବୁଲି ଦାଶ ବୋଲି ଜଣାଯାଇଛି । ଏପରିକି ଏହି ହତ୍ୟାକାଣ୍ଡରେ ଅନ୍ୟ କିଛି ବ୍ୟକ୍ତିଙ୍କ ହାତ ରହିଥିବା ବେଳେ ତାହାର ତଦନ୍ତ ପୁଲିସ ଚଳାଇଥିବା ଜଣାଯାଇଛି । ଏହି ଘଟଣାରେ ଖୋଦ୍ ନୟାଗଡ଼ ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି ତଦନ୍ତକାରୀ ଅଧିକାରୀ ରହିଥିବା ଜଣାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!