ନୟାଗଡ଼, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଖବର । ଭାଟସାହି ପଞ୍ଚାୟତରେ ବିପୁଳ ମାତ୍ରାରେ ବାଜିମାତ୍ କରିଛନ୍ତି ସରପଞ୍ଚ ପ୍ରାର୍ଥିନୀ ସାରଦା ସାହୁ । ସାରଦା ସାହୁ ନିକଟତମ ପ୍ରତିଦ୍ୱନ୍ଦି ମାଛ ଚିହ୍ନକୁ ୧୯୨୧ ଭୋଟରେ ହରାଇ ବାଜିମାତ୍ କରିଥିବା ଜଣାପଡିଛି । ଖୋଲାବହି ଚିହ୍ନ ୨୧୭୫ ଭୋଟ ପାଇଥିବା ବେଳେ ମାଛ ଚିହ୍ନ ୨୫୪ଟି ଭୋଟ୍ ପାଇଛନ୍ତି । ୧୧ଟି ୱାର୍ଡକୁ ନେଇ ଭାଟସାହି ପଞ୍ଚାୟତ ଗଢା ହୋଇଥିବା ବେଳେ ବିପୁଳ ଜନ ସମର୍ଥନ ପାଇ ଜୟଯୁକ୍ତ କରିଛନ୍ତି ସରପଞ୍ଚ ପ୍ରାର୍ଥିନୀ ସାରଦା ସାହୁ । ଲଡୁକେଶରପୁର, କମଳାପାଟଣା, ଗଉଡ଼ସାହି, ବଡ଼ସାହି ଉତ୍ତର, ବଡ଼ସାହି ଦକ୍ଷିଣ, ଦଣ୍ଡାରିସାହି, ବିରାଡିସାହି, ପଥରକଟା, ଶିଆଳିଖାଲ, ବାରପଲ୍ଲା ଓ ଡିଅାଁପଡା ଗ୍ରାମରେ ବିପୁଳ ଜନସମର୍ଥନ ପାଇ ଜୟଯୁକ୍ତ ହୋଇଥିବା ଜଣାପଡିଛି । ଏଥର ସହିତ ଉକ୍ତ ପଞ୍ଚାୟତରେ ବିଜେଡ଼ି ବିପୁଳ ସଂଖ୍ୟାରେ ବାଜିମାତ୍ କରିଛି ।





