ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହର ଉପକଣ୍ଠରେ ଅବସ୍ଥିତ ଭାରତ ବିକାଶ ପରିଷଦ ଭବନ ପରିସରରେ ପରିଷଦର ପ୍ରତିଷ୍ଠା ଦିବସ ଓ ନୟାଗଡ଼ ଶାଖାର ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଶାଖା ଅଧ୍ୟକ୍ଷ ବିଦ୍ୟାଧର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ରାଜ୍ୟସଭା ସାଂସଦ ତଥା ରଣପୁର ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି, ଏସିଏଫ୍ ଶ୍ୱେତାଲିନା ସାହୁ ଓ ଭାରତ ବିକାଶ ପରିଷଦର ରିଜିଓନାଲ ସଂପାଦକ ଶ୍ରୀଧର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ପରିଷଦ ଭବନ ସାମନାରେ ଥିବା ରାସ୍ତାର ଉଭୟ ପାଶ୍ୱର୍ରେ ବୃକ୍ଷରୋପଣ କରଯାଇଛି । ଏହି କାର୍ଯ୍ୟକ୍ରମରେ ଶାଖାର ସମସ୍ତ ସଦସ୍ୟ ଏବଂ କର୍ମକର୍ତ୍ତା ଯୋଗ ଦେଇ ସହଯୋଗ କରିଥିଲେ ।





