Monday, July 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୁରୁଶ୍ରୀ ଭରତ ବେହରାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ଆହ୍ୱାନ

by ସଞ୍ଜୟ ସ୍ୱାଇଁ
March 7, 2021
in Feature News
ଗୁରୁଶ୍ରୀ ଭରତ ବେହରାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ଆହ୍ୱାନ
77
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ଅନ୍ୟତମ ସୁଯୋଗ୍ୟ ସନ୍ତାନ ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ଭରତ ବେହରାଙ୍କ ପ୍ରଥମ ଶ୍ରାଦ୍ଧ ଏବଂ ଶ୍ରଦ୍ଧାଞ୍ଜଳି ସଭା ଭରତବେହରା ସ୍ମୃତି ସଂସଦ ପକ୍ଷରୁ ତାଙ୍କ ନିଜଗ୍ରାମ ପାଟଚଣ୍ଡୀପ୍ରସାଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଧିରେନ୍ଦ୍ର କୁମାର ସାମନ୍ତସିଂହାରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସ୍ମୃତିସଭାରେ ମୁଖ୍ୟ ଅତିଥିଭାବେ ପୁଜ୍ୟଗୁରୁ ରାଧାଚରଣ ପୃଷ୍ଠି,ମୁଖ୍ୟବକ୍ତା ଭାବେ ଡଃ ଗଣେଶ୍ୱର ସ୍ୱାଇଁ ଏବଂ ସମ୍ମାନୀତ ଅତିଥିଭାବେ ଜହିରୁଦ୍ଦିନ ଖାଁ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ସ୍ୱର୍ଗତ ବେହେରାଙ୍କ ସ୍ମୃତିଚାରଣ କରିବା ସହିତ ତତ୍କାଳୀନ ସମାଜରେ ଗୁରୁଶିଷ୍ୟ ପରମ୍ପରାର ଉଦାହରଣ ଦେଇ ସାମ୍ପ୍ରତିକ ଅବକ୍ଷୟମୁଖୀ ସମାଜର ଚିତ୍ର ଉପସ୍ଥାପନ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଥିବା ବହୁ ପୁରାତନ ଛାତ୍ରଛାତ୍ରୀ,ଶିକ୍ଷକ,ଅଭିଭାବକ ଏବଂ ସହପାଠୀମାନେ ସ୍ୱର୍ଗତ ବେହେରାଙ୍କ ଉତ୍ସର୍ଗୀକୃତ କାର୍ଯ୍ୟଧାରାର ଅବତାରଣା କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଏକ ସ୍ମରଣିକା(ଭୂୟୋଦର୍ଶୀ ଭରତ) ଉନ୍ମୋଚନ ହୋଇଥିଲା । ସ୍ମୃତିସଂସଦ ପକ୍ଷରୁ କୃତିତ୍ୱ ସମ୍ପନ୍ନ ପ୍ରତିଭୁ ମାନଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ସ୍ୱର୍ଗତ ବେହେରାଙ୍କ ସହପାଠୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସ୍ମୃତି ସଂସଦର ସମ୍ପାଦକ ଶରତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!