Friday, July 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ ଏକ ଭୂଗୋଳ ନୁହେଁ, ଏକ ଭାବ : ରାଜ୍ୟପାଳ

by ସଞ୍ଜୟ ସ୍ୱାଇଁ
December 9, 2019
in Lifestyle, State
ଭାରତ ଏକ ଭୂଗୋଳ ନୁହେଁ, ଏକ ଭାବ : ରାଜ୍ୟପାଳ
43
VIEWS
Share on FacebookShare on Twitter

‘କରୁଣା-ସାଗର’ ପୁସ୍ତକର ଉନ୍ମୋଚନ

ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ଭାରତ ଏକ ଭାବର ପ୍ରତୀକ । ତାତ୍ତ୍ୱିକ ଅର୍ଥରେ ଏହାକୁ ଭୌଗୋଳିକ ସୀମାରେଖା ମଧ୍ୟରେ ରଖିହେବ ନାହିଁ । ସମଗ୍ର ବ୍ରହ୍ମାଣ୍ଡର ରୂପରେଖ ହେଉଛି ଭାରତ, ଯାହାର ପରିଚୟ ଆଧ୍ୟାତ୍ମିକ ଚେତନା ଉପରେ ପର୍ଯ୍ୟବସିତ ଏବଂ ଏହି ଚେତନାର ସର୍ବଶ୍ରେଷ୍ଠ ଗ୍ରନ୍ଥ ହେଉଛି ଶ୍ରୀମଦ୍ ଭଗବତ ଗୀତା ଯାହା କାଳାତୀତ ଓ ସାର୍ବଜନୀନ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ଭୁବନେଶ୍ୱରରେ ଇସ୍କନ ଗୁଣ୍ଡିଚା ମନ୍ଦିରରେ ପରମ ପୂଜ୍ୟ ଭକ୍ତି ଚାରୁ ସ୍ୱାମୀ ମହାରାଜାଙ୍କ ‘କରୁଣା-ସାଗର’ ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଗୀତାର ଭାବାର୍ଥ ପ୍ରତ୍ୟେକ ବ୍ୟକ୍ତି ପାଇଁ ପ୍ରଯୁଜ୍ୟ । ପ୍ରତ୍ୟେକ ମୁହୂର୍ତ ହେଉଛି ଗୁରୁତ୍ୱପୂର୍ଣ୍ଣ । ଏକ ମୁହୂର୍ତ ମଧ୍ୟ ଜୀବନକୁ ନୂଆ ଗତି ପଥ ଦେଇପାରେ । ଏଣୁ ପ୍ରତିଟି ମୁହୂର୍ତକୁ ସର୍ବୋତ୍ତମ ଚେତନା ସହ ସଂଯୁକ୍ତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ‘ଗୀତା’ ରେ ସକଳ ସମସ୍ୟାର ସମାଧାନର ସୂତ୍ର ରହିଛି । ଏହାର ନିୟମିତ ଅଧ୍ୟୟନ ଓ ବ୍ୟାଖାନର ଆବଶ୍ୟକତା ରହିଛି । ସଂପ୍ରତି ମଣିଷ ପରଚିତି ସଂକଟ ମଧ୍ୟରେ ଗତି କରୁଛି । ଏହି ପରିଚିତି ଯେ ଏକ ବୃହତ୍ତମ ପରିଚିତିର ଅଂଶବିଶେଷ, ଏପରି ଧାରଣା ମାଧ୍ୟମରେ ହୀନମନ୍ୟତା ଲୋପ ପାଇବ ଓ ମଣିଷର ଉତ୍ତରଣ ସଂଭବ ହୋଇପାରିବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି । ‘କରୁଣା-ସାଗର’ ପୁସ୍ତକର ଲେଖକ ପରମ ପୂଜ୍ୟ ଭକ୍ତି ଚାରୁ ସ୍ୱାମୀ ମହାରାଜ ଏହି ପୁସ୍ତକ ରଚନାର ପ୍ରେରଣା ସେ ପରମ ପୂଜ୍ୟ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁ ।ଦଙ୍କ ଠାରୁ ପାଇଥିବା ସୂଚନା ଦେଇ ନିଜର ଆଧ୍ୟାତ୍ମିକ ଅନ୍ୱେଷଣ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଗୀତା ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ରାଜ୍ୟପାଳ ପୁରସ୍କୃତ କରିଥିଲେ । ଇସ୍କନ ଭୁବନେଶ୍ୱରର ଅଧ୍ୟକ୍ଷ ପ୍ରେମାନନ୍ଦ ଦାସ, ପରମପୂଜ୍ୟ ସୁଭାଗ ସ୍ୱାମୀ ମହାରାଜ ପ୍ରମୁଖ ଇସ୍କନର ବିଭିନ୍ନ କାର୍ଯ୍ୟଧାର ବିଷୟରେ ଆଲୋଚନା କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!