ନୟାଗଡ଼ ,(ବାଘୁଆବାର୍ତ୍ତା): ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜି ଠାରୁ ଚାଷି ତାର ବର୍ଷର ଚାଷ କାମ ଅନୁକୁଳ କରିଥାଏ । ଚାଷ କାର୍ଯ୍ୟ ଆରମ୍ଭ କରି ଚାଷି ବର୍ଷ ଯାକର ଖାଦ୍ୟ ସାମଗ୍ରୀ ପାଇଁ ବିଲରେ ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷି ଭଲ ଅମଳ କରିଥାଏ । ଆଜି ଏହି ପବିତ୍ର ଅକ୍ଷୟ ତୃତୀୟାରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକରେ ଆଜି ପବିତ୍ର ଦିବସରେ ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରୀଡ଼ା ପୂଜାର୍ଚ୍ଚନା କରି ଅଖି ମୁଠି ଅନୁକୁଳ କରିବା ସହିତ ବିଲରେ ହଳ କରିଥିଲେ । କୋଭିଡ୍-୧୯ କଟକଣା ପାଳନ କରି ବ୍ଲକ୍ ଉପାଧ୍ୟକ୍ଷ ଅଖିମୁଠି ଅନୁକୁଳ କରିଛନ୍ତି ।





