Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭଞ୍ଜନଗର ବସ୍‌ଷ୍ଟାଣ୍ଡରୁ ବସ୍ ଚୋରି, ଅଗସ୍ତି ନୂଆଗାଁରୁ ଉଦ୍ଧାର

by ସଞ୍ଜୟ ସ୍ୱାଇଁ
November 7, 2024
in Crime, State
ଭଞ୍ଜନଗର ବସ୍‌ଷ୍ଟାଣ୍ଡରୁ ବସ୍ ଚୋରି, ଅଗସ୍ତି ନୂଆଗାଁରୁ ଉଦ୍ଧାର
99
VIEWS
Share on FacebookShare on Twitter

ଛତ୍ରପୁର, (ବାଘୁଆବାର୍ତ୍ତା): ଭଞ୍ଜନଗର ବସଷ୍ଟାଣ୍ଡରୁ ବସ୍ ଚୋରି । ଗଞ୍ଜାମ ଥାନା ନିକଟ ଜାତୀୟ ରାଜପଥରୁ ହେଲା ଉଦ୍ଧାର । ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସୂଚନାଯୋଗ୍ୟ ଯେ, ସବୁଦିନ ଭଳି ଭଞ୍ଜନଗର ବସଷ୍ଟାଣ୍ଡରେ ରାତିରେ ଅନେକ ବସ୍ ରହିଥାଏ । ବୁଧବାର ରାତିରେ ମା’ ଦୁର୍ଗା ନାମକ ଏକ ଘରୋଇ ବସ୍ ରହିଥିଲା । ଗାଡ଼ି ଚାଳକ ଦେଖିଲା ବେଳକୁ ବସଷ୍ଟାଣ୍ଡରେ ବସ୍ ନାହିଁ । ବସ୍‌ଟି ଚୋରି ହୋଇଯାଇଥିବା ଜାଣି ଗାଡି ମାଲିକ ଏ. ଶ୍ରୀନିବାସ ବସ୍ ସଂଘ ଓ ପୋଲିସକୁ ଜଣାଇଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବସଷ୍ଟାଣ୍ଡରେ ଲାଗିଥିବା ସିସିଟିଭିରୁ ବସ୍‌ଟିକୁ ରାତି ୨ଟା ୪୦ରୁ କେହି ଜଣେ ଚୋରି କରି ନେଉଥିବା ଜଣାପଡିଥିଲା । ଏପରିକି ବସ୍‌ଟି ବେଲଗୁଣ୍ଠା ରାସ୍ତା ଦେଇ ଯାଉଥିବା ସିସିଟିଭିରୁ ଜଣାପଡିଥିଲା । ବହୁ ଖୋଜାଖୋଜି କରିବା ପରେ ବି ଜଣାପଡିନଥିଲା ବସ୍‌ଟି କେଉଁଠି ଅଛି । ପରେ ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁରେ ବସ୍‌ଟି ଥିବା ଅନ୍ୟ ଜଣେ ମାଲିକ ଜଣାଇଥିଲେ । ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ଓ ମାଲିକ ପହଞ୍ଚି ବସ୍‌ଟିକୁ ଉଦ୍ଧାର କରିଥିଲେ । କିନ୍ତୁ ଚୋର ଜଣକ ଗାଡିରୁ ସବୁ ତେଲ କାଡି ନେଇ ଯାଇଥିବା ବେଳେ ବସ୍‌ଟି ଷ୍ଟାର୍ଟ ମଧ୍ୟ ହେଉନାହିଁ । ତେବେ କିଏ ବସ୍‌ଟିକୁ ଭଞ୍ଜନଗରରୁ ଚୋରି କରି ଏଠାକୁ ଆଣିଲା ତାହା ଜଣାପଡ଼ିନାହିଁ । ଭଞ୍ଜନଗର ପୋଲିସ ଘଟଣାର ତଦନ୍ତ କରୁଛି । ବସ୍‌ଟି ଦୈନିକ ଭଞ୍ଜନଗରରୁ ବଦାଙ୍ଗୀ ଯାତାୟତ କରିଥାଏ । ଆଗରୁ ମଧ୍ୟ ଏହିପରି ଘଟଣା ଦେଖିବାକୁ ମିଳିଛି । ବ୍ରହ୍ମପୁରରୁ ଏକ ଘରୋଇ ବସ୍ ଚୋରି କରି ଗଞ୍ଜାମ ଥାନା ଅଧିନ ପୁଇଁତୋଳା ଛକ ନିକଟରେ ଛାଡି ଚାଲିଯାଇଥିଲେ ଦୁର୍ବୃତ୍ତ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!