Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କବିସମ୍ରାଟଙ୍କ ସାଧନା ପୀଠରେ ଭଞ୍ଜଜୟନ୍ତୀ

by ସଞ୍ଜୟ ସ୍ୱାଇଁ
May 31, 2025
in Nayagarh, State
କବିସମ୍ରାଟଙ୍କ ସାଧନା ପୀଠରେ ଭଞ୍ଜଜୟନ୍ତୀ
89
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଥିଲେ ରୀତିଯୁଗର ଶ୍ରେଷ୍ଠତମ କବି। ଉପମା, ଅଳଙ୍କାର, ଶ୍ଳେଷ, ଶବ୍ଦ, ଅର୍ଥ, ସାଙ୍ଗୀତିକତାର ପ୍ରୟୋଗାତ୍ମକ ଶୈଳୀରେ ସେ ଥିଲେ କାଳଜୟୀ, ଅନତିକ୍ରମଣୀୟ ମୂର୍ଦ୍ଧନ୍ୟ ସାରସ୍ବତ ସ୍ରଷ୍ଟା ବୋଲି କବିସମ୍ରାଟଙ୍କ ସାଧନା ପୀଠ ନୟାଗଡ଼ର ମାଳିସାହିଠାରେ ଭଞ୍ଜଜୟନ୍ତୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବର୍ଣ୍ଣନା କରିଛନ୍ତି ଭଞ୍ଜ ସାହିତ୍ୟ ବିଶାରଦ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ମାଳିସାହି ଗତୀଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ମାଳିସାହି ଗତୀଶ୍ଵର ମହାଦେବ ଓ ଢେଙ୍କଣା ରଘୁନାଥଙ୍କର ଆଶୀର୍ବାଦରେ କିଭଳି ଘୁମୁସର ରାଜପୁତ୍ର ଉପେନ୍ଦ୍ର କବିସମ୍ରାଟରେ ପରିଣତ ହୋଇ ବୈଦେହୀଶ ବିଳାସ, ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଭଳି କାଳଜୟୀ କୃତିମାନ ସୃଷ୍ଟି କଲେ ଆଉ ଉତ୍କଳୀୟ ବାଣୀଭଣ୍ଡାରକୁ ରୁଦ୍ଧିମନ୍ତ କଲେ, ତାହାର ବ୍ୟାଖ୍ୟାନ ଦେଇ ଏହି ପୀଠର ବିକାଶ ପାଇଁ ସବୁ ମତେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଉତ୍ସବରେ ଏହି ପୀଠର ଗର୍ବ ଓ ଗୌରବ ବିଶିଷ୍ଟ ସାରସ୍ବତ ସାଧକ ପ୍ରଫେସର ଡ. ପ୍ରେମାନନ୍ଦ ମହାପାତ୍ର ଓ ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ଡ. ପ୍ରେମାନନ୍ଦ ସରସ୍ବତୀଙ୍କ ପ୍ରଣୀତ ‘କାଳଜୟୀ କାବ୍ୟଶିଳ୍ପୀ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ’ ପୁସ୍ତକ ଲୋକାର୍ପିତ ହୋଇଥିଲା। ପରିଷଦର ଉପସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ସ୍ଵାଗତ ସମ୍ଭାଷଣ ରଖିଥିଲେ ଓ ସହ ସମ୍ପାଦକ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ବିଶ୍ଵନାଥ ମହାପାତ୍ର ସଭା ସଞ୍ଚାଳନ କରିଥିଲା ବେଳେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ୍ ଅବଦୁଲ ଖାଲିକ, ଅଧ୍ୟାପିକା ନୀଳିମା ନନ୍ଦ, ପ୍ରବୀଣ ସଂଯୋଜକ ଗୋପିନାଥ ସେଠୀ ସହଯୋଗିତା କରିଥିଲେ। କଣ୍ଠଶିଳ୍ପୀ ବିଜୟାନନ୍ଦ ମହାପାତ୍ର ଓ ଭୂମିକା ମହାପାତ୍ରଙ୍କ ଭଞ୍ଜ ସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ଦିନ ସକାଳେ ଉପେନ୍ଦ୍ର ଭଞ୍ଜଙ୍କ ଆରାଧ୍ୟ ଦେବତା ଢେଙ୍କଣା ଗ୍ରାମର ରଘୁନାଥଙ୍କର ମଠରୁ ଆଜ୍ଞାମାଳ ଯାଇ ମାଳିସାହି ଠାରେ ଅବସ୍ଥାପିତ କବିସମ୍ରାଟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସାହୁ, ରାମଚନ୍ଦ୍ର ମହାପାତ୍ର ଓ ତବିରୁନ ବିବି ପ୍ରମୁଖଙ୍କ ତତ୍ତ୍ଵାବଧାନରେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!