ଖଣ୍ଡପଡା, (ବାଘୁଆବାର୍ତ୍ତା) : ବର୍ଷା ଉଜାଡ଼ି ଦେଇକ୍ତି ବାଇନଙ୍କ ବସା । ଅର୍ଥାତ ଲଗାଣ ବର୍ଷା ପାଇଁ ବାଇନଙ୍କ ଘର ଭାଙ୍ଗି ଯିବାରୁ ସେ ବାସହରା ହୋଇଥିବା ଅଭିଯୋଗ ହୋଇଛି । ଗତ ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଖଣ୍ଡପଡ଼ା ବ୍ଳକ ଅଂଚଳରେ କ୍ଷୟକ୍ଷତି କରିଥିବା ଜଣାଯାଇଛି । ଖଣ୍ଡପଡ଼ା ବ୍ଳକ ଅଧିନ ଗୁଣ୍ଠୁଣି ପଂଚାୟତ ଖଜୁରିସାହିର ବାଇନ ଦାସଙ୍କ ଚାଳ ଛପର ଘର ଭାଙ୍ଗି ଯାଇଛି । ୨ଛୁଆ ଓ ପତ୍ନୀକୁ ଧରି ବାଇନ ପଡ଼ୋଶୀ ଘର ବାରଣ୍ଡାରେ ଭୋକ ଉପାସରେ ଆଶ୍ରୟ ନେଇଥିବା ଜଣାପଡିଛି । କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିବା ବାଇନ ବାସଗୃହଟିର ଏପରି ଦୁରାବସ୍ଥାକୁ ଦେଖି ଦୁଃଖରେ ଭାଙ୍ଗି ପଡିଛନ୍ତି । ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ଉକ୍ତ ପରିବାରବର୍ଗଙ୍କୁ ଆନୁସଙ୍ଗିକ ସରକାରୀ ସହାୟତା ରାଶି ଯୋଗାଇଦେବାକୁ ଦାବିହେଉଛି ।






