ନୟାଗଡ଼, (ବାଘୁଆବାର୍ତ୍ତା): ଚଳିତ ମାସ ୭ ତାରିଖରୁ ଚାଲିଥିôବା ୭୦ ତମ ଷ୍ଟେଟ ଭଲିବଲ ଟୁର୍ଣ୍ଣାମେଣ୍ଟରେ କନ୍ଧମାଳର ରାଇକିଆ ଜୋନ୍ରୁ ନୟାଗଡ଼ ଜିଲ୍ଲା ଭଲିବଲ ଟିମ୍ ଚମ୍ପିଆନ୍ ହୋଇଛି । ନୟାଗଡ଼ ଜିଲ୍ଲା ବଲାଙ୍ଗିର ଜିଲ୍ଲାକୁ (୨-୦) ସେଟରେ, କୋରାପୁଟ ଜିଲ୍ଲାକୁ (୨-୦) ସେଟ୍ରେ, ଝାଟସୁଗୁଡା ଜିଲ୍ଲାକୁ (୨-୦) ସେଟ୍ରେ, କେନ୍ଦ୍ରାପଡା ଜିଲ୍ଲାକୁ (୨-୦) ସେଟ୍ରେ ଏବଂ ଢେଙ୍କାନାଳ ଜିଲ୍ଲାକୁ (୨-୧) ସେଟ୍ରେ ପରାସ୍ତ କରି ଫୁଲବାଣୀ ଠାରେ ୯ ତାରିଖରେ ହେବାକୁ ଥିବା ନକ୍ ଆଉଟକୁ ପ୍ରବେଶ କରିଛି ।






