ନୟାଗଡ଼, (ବାଘୁଆବାର୍ତ୍ତା) : ଇଣ୍ଡିଆନ ମ୍ୟୁଜିକ କ୍ରିଏସନ୍ ପକ୍ଷରୁ ଏକ ଭିନ୍ନ ସ୍ୱାଦର ଓଡ଼ିଆ ଭଜନ ହେ ଜଗନ୍ନାଥ ଗୁରୁବାର ଶରଣକୂଳ ନିକଟସ୍ଥ ଦରପଦାଠାରେ ଥିବା ମା ବ୍ରାହ୍ମଣୀ ଦେବୀ ଠାକୁରାଣୀ ମନ୍ଦିର ପରିସରରେ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ସାମ୍ବାଦିକ ସତ୍ୟ ନାରାୟଣ ମିଶ୍ର, ବେତାର କଂଣ୍ଠଶୀଳ୍ପି ପ୍ରଶାନ୍ତ କୁମାର ଦାଶ, ରବିନ୍ଦ୍ର କୁମାର ତ୍ରିପାଠୀ, ସଂଗୀତ ନିର୍ଦ୍ଦେଶକ ସୁବାସ ନାୟକ, ସମାଜସେବୀ ଦେବରାଜ ପାତ୍ର, ବୈକୁଣ୍ଠ ନାଥ ପାତ୍ର, ସଂଜୟ କୁମାର ପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ଏହି ଭାବପୂର୍ଣ୍ଣ ଓଡ଼ିଆ ଭଜନ ହେ ଜଗନ୍ନାଥ ଜଗତର ନାଥ ଗୀତଟିକୁ କଣ୍ଠଶୀଳ୍ପୀ ପ୍ରଶାନ୍ତ କୁମାର ଦାଶ କଂଣ୍ଠଦାନ ଏବଂ ସ୍ୱର ସଂଯୋଜନା କରିଥିବା ବେଳେ ଏହାକୁ ଗୀତିକାର ସୁଶାନ୍ତ କୁମାର ପାତ୍ର ରଚନା କରିଛନ୍ତି । ଅଞ୍ଜନ କୁମାର ସଂଗୀତ ପରିଚାଳନା କରିଥିବା ବେଳେ ଆଜି ଏହା ୟୁଟ୍ୟୁବରେ ଲୋକାର୍ପିତ ହୋଇଯାଇଛି ।






