ଭଦ୍ରକ, (ବାଘୁଆବାର୍ତ୍ତା): ଗତ ଫେବୃଆରୀ ୧ ତାରିଖ ରାତିରେ ଭଦ୍ରକ ସହରସ୍ଥିତ ୧୧ ନଂ ୱାର୍ଡ ପୂଜାରସାହିର ନୀଳକଣ୍ଠ ଦାସ (ରିଣ୍ଟୁ) କୁ ଚରମ୍ପା ରେଳ ବ୍ରିଜ ପାଖରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ପିର୍ବରୁ ୩ଜଣକୁ ଗିରଫ କରିଥିବା ବେଳେ ଆଜି ମୁଖ୍ୟ ଆସାମୀ ସାଗର ଦାଶକୁ ତାମିଲନାଡୁରୁ ଗିରଫ କରିଥିବା ନେଇ ପୁଲିସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।





