ଭଦ୍ରକ, (ବାଘୁଆବାର୍ତ୍ତା): ପୋଲିସ ର ଜାଲରେ ଫସିଛନ୍ତି ଦୁଇ ବାଇକ ଚୋର | ସୂଚନା ମୁତାବକ ଗତ ୨୫ ଅଗଷ୍ଟ ରେ ଭଦ୍ରକ ସହର କଚେରି ବଜାର ଫଳ ମାର୍କେଟ ରୁ ଗୋଟିଏ ବାଇକ ଚୋରୀର ରିପୋର୍ଟ ହୋଇଥିଲା ଭଦ୍ରକ ସହରାଞ୍ଚଳ ଥାନାରେ |ଏହି ମାମଲାର ତଦନ୍ତ ବେଳେ ପୋଲିସ ୪ ଜଣଙ୍କୁ ବାଇକ ଚୋରକୁ ଧରିବାରେ ସକ୍ଷମ ହୋଇଥିଲା ତେବେ ଅଧିକ ତଦନ୍ତ ପରେ ବିଭିନ୍ନ ସ୍ଥାନରୁ ୨୨ ଟି ଚୋରି ବାଇକ ଠାବ କରିବାରେ ସକ୍ଷମ ହୋଇଥିଲା ପୋଲିସ |
ଯେଉଁଥିରେ ୮ ଟି ହିରୋ ସ୍ପ୍ଲେଡ଼ର ପ୍ଲସ, ହୋଣ୍ଡା ସିବି ସାଇନ ୬ ଟି, ହିରୋ ସୁପର ସ୍ପ୍ଲେଡ଼ର ୧ ଟି, ଟିଭିଏସ ରାଣ୍ଡମ ୨ ଟି, ହୋଣ୍ଡା ଡ୍ରିମ ୟୁଗା ୧ ଟି, ହିରୋ ଏଚ ଏଫ ଡୀଲକ୍ସ ୨ ଟି, ସ୍ପ୍ଲେଡ଼ର ପ୍ରୋ ୧ ଟି ଓ ହିରୋ ପାଶନ ପ୍ଲସ ୧ ଟି ରହିଛି |ତେବେ ବାଇକ ଚୋରି ଗ୍ୟାଙ୍ଗ କୁ ଧରିବା ପାଇଁ ଥାନାଧିକାରୀ ଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା ଯେଉଁଥିରେ ୪ ଚୋରଙ୍କୁ ଧରି କୋର୍ଟ ଚାଲାଣ କରାଯିବାନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ସିଟି ଡ଼ିଏସପି ଅଂଶୁମାନ ଦି୍ୱେଦି |





