Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀ,ସ୍ତ୍ରୀ କଳହ: ଟ୍ରକ ଆଗକୁ ଛୁଆକୁ ଫିଙ୍ଗିଦେଲା ମା

by ସଞ୍ଜୟ ସ୍ୱାଇଁ
May 20, 2021
in Feature News, State
ସ୍ୱାମୀ,ସ୍ତ୍ରୀ କଳହ: ଟ୍ରକ ଆଗକୁ ଛୁଆକୁ ଫିଙ୍ଗିଦେଲା ମା
455
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ସ୍ୱାମୀ ସ୍ତ୍ରୀ କଳହର କରୁଣ ପରିଣତି । ଟ୍ରକ୍ ଆଗକୁ ଛୁଆକୁ ଫିଙ୍ଗିଦେଲା ମା । ଅଳ୍ପକେ ବଞ୍ଚିଲା ଛୁଆ । ଟ୍ରକ ଡ୍ରାଇଭର ଗାଡ଼ି ଅଟକାଇ ଛୁଆକୁ ଉଦ୍ଧାର କରିଛି । ବାପା ମାକୁ ପୁଲିସ୍ ଥାନାକୁ ଆଣିଥିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାରିଘଟିଆ ଅଞ୍ଚଳରେ । ସୂଚନାନୁସାରେ, ଭଦ୍ରକ ଚାରଘଟିଆ ମୁଣ୍ଡାସାହିର ବିଜୟ ମୁର୍ମୁ ପ୍ରଥମେ ଜଣେ ମହିଳାକୁ ବିବାହ କରିଥିବା ବେଳେ କାହାରିକୁ ନଜଣାଇ ପୁଣି ଆଉ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀର ପିଲା ଛୁଆ ଥିବା ବେଳେ ଦ୍ୱତୀୟ ସ୍ତ୍ରୀର ଛୁଆ ଜନ୍ମ ହେବା ପରେ ଦ୍ୱିତୀୟ ସ୍ତ୍ରୀକୁ ମୁହଁ ଦେଖାଇ ନଥିଲା ସ୍ୱାମୀ ବିଜୟ । ଏନେଇ ଉଭୟ ସ୍ୱାମୀ ସ୍ତ୍ରୀ ଭିତରେ ଦିନକୁ ଦିନ କଳହ ବଢିଥିଲା । ଯାହାକୁ ସହ୍ୟ କରି ନପାରି ଦ୍ୱିତୀୟ ସ୍ତ୍ରୀ ୯ମାସର ଶିଶୁ ପୁତ୍ରକୁ ଏକ ଚଳନ୍ତା ଟ୍ରକ୍ ସମ୍ମୁଖକୁ ଫିଙ୍ଗି ଦେଇଥିଲା । ଯାହାଫଳରେ ଟ୍ରକ୍ ଡ୍ରାଇଭର ଜଣକ ବ୍ରେକ୍ ମାରି ଗାଡ଼ି ଅଟକାଇ ଛୁଆଟିକୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କୁ ଡାକି ଶିଶୁ ପୁତ୍ର ଓ ମାକୁ ହସ୍ତାନ୍ତର କରିଥିଲା । ପରେ ପୁଲିସ ଖବର ପାଇ ଶିଶୁଟିକୁ ମେଡିକାଲରେ ଚିକିତ୍ସା କରାଇବା ସହ ବାପା ମା କୁ ଥାନାକୁ ଆଣିଥିଲା । ଉଭୟ ସ୍ୱାମୀସ୍ତ୍ରୀଙ୍କୁ ଆପୋଷ ବୁଝାମଣା କରି ଘରକୁ ଫେରିଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!