Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟେବୁଲ୍‌ ଟେନିସ୍‌ରେ ରୌପ୍ୟ ପଦକ ଜି‌ଣିଲେ ଭାରତର ଭାବିନା ପଟେଲ୍‌

by ସଞ୍ଜୟ ସ୍ୱାଇଁ
August 29, 2021
in Feature News
ଟେବୁଲ୍‌ ଟେନିସ୍‌ରେ ରୌପ୍ୟ ପଦକ ଜି‌ଣିଲେ ଭାରତର ଭାବିନା ପଟେଲ୍‌
40
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ୍‌ର ଟେୁବୁଲ୍‌ ଟେନିସ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିଣି ଭାରତର ଭାବିନା ପଟେଲ୍‌ ଇତିହାସ ସୃଷ୍ଟି କରିଛନ୍ତି। ପାରାଲିମ୍ପିକ୍ସ୍ ପଦକ ଜିଣିବାରେ ସେ ହେଉଛନ୍ତି ଦ୍ବିତୀୟ ଭାରତୀୟ ମହିଳା। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍ବର୍ଣ୍ଣ ପଦକ ପ୍ରତିଯୋଗିତାରେ ବିଶ୍ବର ୧ ନମ୍ବର କ୍ରୀଡ଼ିକା ଜୋଉ ୟିଙ୍ଗ୍‌ଙ୍କ ଠାରୁ ପରାସ୍ତ ହୋଇ ୩୪ ବର୍ଷୀୟ ଭାବିନା ମହିଳା ଟେବୁଲ୍‌‌ ଟେନିସ୍‌ ‘ସି-ଫୋର୍‌’ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରଥମ କରି ପାରାଲିମ୍ପିକ୍ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଭାବିନାବେନ୍ ପଟେଲ୍‌ ଉତ୍ତମ କ୍ରୀଡ଼ିକା ଭାବେ କ୍ରୀଡ଼ା କ୍ଷେତ୍ରରେ ପରିଚିତା। କିନ୍ତୁ, ଆଜିର ଚୂଡ଼ାନ୍ତ ପ୍ରତିଯୋଗିତାରେ ଜୋଉ ୟିଙ୍ଗ୍ ତାଙ୍କ ଉପରେ ଆଧିପତ୍ୟ ଜାହିର୍‌ କରି ୬ଷ୍ଠ ଥର ଲାଗି ପାରାଲିମ୍ପିକ୍ସ୍‌ ସ୍ବର୍ଣ୍ଣ ପଦକ ହାସଲ କରି ନେଇଛନ୍ତି। ଚୀନ୍‌ର ୟିଙ୍ଗ୍‌ଙ୍କ ଠାରୁ ପଟେଲ୍‌ ୧୯ ମିନିଟ୍‌ରେ ୦-୩ରେ (୭-୧୧, ୫-୧୧, ୬-୧୧) ପରାସ୍ତ ହୋଇଛନ୍ତି। କିନ୍ତୁ, ପାରାଲିମ୍ପିକ୍ସ୍‌ରେ ଉତ୍ତମ କ୍ରୀଡ଼ାନୈପୂଣ୍ୟ ପ୍ରଦର୍ଶନ କରି ଭାବିନା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ। ଆଜିର ପ୍ରତିଯୋଗିତାରେ ସେ ଜୋଉଙ୍କ ସହ ଉତ୍ତମ ମୁକାବିଲା କରିଥିଲେ ମଧ୍ୟ ୬ ମିନିଟ୍‌ ପରେ ପ୍ରଥମ୍ ଗେମ୍‌ରେ ସେ ପରାସ୍ତ ହୋଇଥିଲେ। ପରେ ଜୋଉଙ୍କୁ ଟପିଯିବା ତାଙ୍କ ପକ୍ଷରେ ସମ୍ଭବ ହେଲାନାହିଁ। କିନ୍ତୁ, ତାଙ୍କର ଉତ୍କର୍ଷତା ପ୍ରତିପାଦନ ଯୋଗୁଁ ଭାରତ ଗୌରବାନ୍ବିତ ହୋଇଛି। ଶନିବାର ଦିନ ‘ଉଇମିନ୍‌ସ୍‌ ସିଙ୍ଗଲ୍‌ସ୍‌ କ୍ଲାସ୍‌-ଫୋର୍‌’ରେ ବିଶ୍ବର ୩ ନମ୍ବର ଖେଳାଳି ଚୀନ୍‌ର ଚାଙ୍ଗ୍‌ ମିଆଓଙ୍କୁ ପରାସ୍ତ କରି ପ୍ରଥମ ଭାରତୀୟ ଭାବେ ଭାବିନା ପଟେଲ୍‌ ଇତିହାସ ସୃଷ୍ଟି କରିବା ସହ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଚାଙ୍ଗ୍‌ ମିଆଓଙ୍କୁ ୭-୧୧, ୧୧-୭, ୧୧-୪, ୯-୧୧, ୧୧-୮ରେ ପରାସ୍ତ କରି ସେ ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!