Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତର ପ୍ରଥମ ଟେବୁଲ ଟେନିସ୍‌ ଖେଳାଳି ଭାବେ ଫାଇନାଲରେ ଭାବିନା ପଟେଲ

by ସଞ୍ଜୟ ସ୍ୱାଇଁ
August 28, 2021
in NATIONAL NEWS, Sports, WORLD
ଭାରତର ପ୍ରଥମ ଟେବୁଲ ଟେନିସ୍‌ ଖେଳାଳି ଭାବେ ଫାଇନାଲରେ ଭାବିନା ପଟେଲ
48
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ଟୋକିଓରେ କମାଲ କଲେ ଭାରତୀୟ ପାରାଲିମ୍ପିକ୍ସ ଖେଳାଳି। ଭାରତର ପ୍ରଥମ ଟେବୁଲ ଟେନିସ୍‌ ଖେଳାଳି ଭାବେ ଫାଇନାଲରେ ଭାବିନା ପଟେଲ। ସେମି ଫାଇନାଲ ମୁକାବିଲାରେ ଚାଇନାର ଝାଙ୍ଗ ମିୟାଓଙ୍କୁ ୭-୧୧, ୧୧-୭,୧୧-୪,୯-୧୧, ୧୧-୮ରେ ମାତ୍‌ ଦେଇ ଫାଇନାଲରେ ଏଣ୍ଟ୍ରି କରିଛନ୍ତି। ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ଭାବିନା। ସ୍ବର୍ଣ୍ଣ ପଦକ ପାଇଁ ଟେବୁଲ ଟେନିସ୍‌ ଫାଇନାଲରେ ରବିବାର ମଇଦାନକୁ ଓହ୍ଲାଇବେ ଭାବିନା। ରୌପ୍ୟ ପଦକ ପକ୍କା କରି ସାରିଥିବା ଭାବିନାଙ୍କ ନଜର ଏବେ ସ୍ବର୍ଣ୍ଣ ପଦକ ଉପରେ। ଟୋକିଓ ଅଲିମ୍ପିକ୍ସରେ ମୀରାବାଈ ଚାନୁ ଭାରତ ପାଇଁ ପ୍ରଥମ ପଦକ ଆଣିଥିଲେ। ସେହିପରି ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ଭାରତ ପକ୍ଷରୁ ଭାବିନା ପଟେଲ ପ୍ରଥମ ପଦକ ପାଇବାକୁ ଯାଉଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଦଳ ଦମଦାର ଆରମ୍ଭ ମଧ୍ୟ କରିଛି। ଟେବୁଲ ଟେନିସ୍‌ ଫାଇନାଲରେ ପହଁଞ୍ଚିବା ପରେ ୩୪ ବର୍ଷିୟ ଭାବିନା କହିଛନ୍ତି ଯେ, ସେମିରେ ଚାଇନା ଖେଳାଳିଙ୍କୁ ପରାସ୍ତ କରିଛି। ମ୍ୟାଚ ଟପ୍‌ ଥିଲା। ଚାଇନା ଖେଳାଳି ବି ଭଲ ପ୍ରଦର୍ଶନ କରିଥିଲେ। ମୋତେ ମୋ ପରିଶ୍ରମର ମୂଲ୍ୟ ମିଳିଛି। ଯଦି ଆପଣ ଭାବିବେ ତାହାଲେ କିଛି ବି ଅସମ୍ଭବ ନୁହେଁ। ଅଗଷ୍ଟ ୨୯ ଅର୍ଥାତ୍‌ ରବିବାର ଦିନ ଗୁଜୁରାଟର ମେହସାଣାର ଭାବିନା ପଟେଲ ଟେବୁଲ ଟେନିସ୍‌ ଫାଇନାଲରେ ଖେଳିବେ। ଚାଇନାର ଝାଉ ୟିଙ୍ଗଙ୍କ ବିପକ୍ଷରେ ଫାଇନାଲ ମ୍ୟାଚ୍‌ ଖେଳିବେ ଭାବିନା। ଭାରତୀୟ ସମୟ ସକାଳ ୭ଟା ୧୫ରେ ଫାଇନାଲ ମ୍ୟାଚ୍‌ ଆରମ୍ଭ ହେବ। ଶୁକ୍ରବାର କ୍ବାଟରଫାଇନାଲରେ ଭବିନା ପଟେଲ ରିଓ ସ୍ୱର୍ଣ୍ଣ ବିଜୟିନୀ ବ୍ଲୋରାସିଭା ରାଙ୍କୋଭିକଙ୍କୁ ପରାସ୍ତ କରିଥିଲେ। ବିଶ୍ୱ ମାନ୍ୟତାର ୨ ନମ୍ବରରେ ରହିଥିବା ରାଙ୍କୋଭିକଙ୍କୁ ୩-୦ରେ ପରାସ୍ତ କରିଥିଲେ ଭାବିନା। ୧୧-୫, ୧୧-୬ ଓ ୧୧-୭ର ସିଧାସଳଖ ସେଟରେ ପରାସ୍ତ କରିବା ସହିତ ଭାବିନା ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରିଥିଲେ। ମ୍ୟାଚରେ ବିଜୟୀ ହେବା ପାଇଁ ଭବିନା ମାତ୍ର ୧୮ ମିନିଟ ସମୟ ନେଇଥିଲେ। ଭବିନାଙ୍କ ଏହି କୃତିତ୍ୱକୁ ନେଇ ପାରାଲିମ୍ପିକ୍ ଇଣ୍ଡିଆ ପକ୍ଷରୁ ଭବିନାଙ୍କୁ ଶୁଭେଚ୍ଛା ଜଣାଯାଇଛି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!