କେନ୍ଦ୍ରାପଡା (ବାଘୁଆବାର୍ତ୍ତା): କେନ୍ଦ୍ରାପଡା ଜିଲ୍ଲା ରାଜନଗର ରିଘାଗଡ଼ ଗାଁରେ ଅଭାବନୀୟ ଘଟଣା । ଶ୍ୱଶୁରକୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛି ବୋହୁ । ମୃତକ ହେଲେ ଶ୍ରୀନିବାସ ବେଉରିଆ । ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତ ବୋହୁ କବିତା ବେଉରିଆ ରାଜନଗର ଥାନାରେ ଅଟକ ଅଛି । ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ପୋଲିସ ।






