ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା କାୟା ବିସ୍ତାରି କରିଚାଲିଥିବା ବେଳେ ଆଜି ଏକ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ଜଣାପଡିଛି । ସୂଚନାନୁସାରେ, ଭାପୁର ବ୍ଲକ୍ ଭଗବାନପୁର ପଞ୍ଚାୟତ ଅନ୍ତର୍ଗତ ବେତଖୋଲି ଗ୍ରାମରେ କରୋନା ସଂକ୍ରମିତ ସଂଖ୍ୟା ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ଭାପୁର ତହସିଲଦାର ତୃପ୍ତି ମହାନ୍ତି ଆଜି ଠାରୁ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଏହି ସମୟରେ ଗ୍ରାମକୁ ବାହାର ଲୋକଙ୍କ ପ୍ରବେଶ ଏବଂ ଗ୍ରାମବାସୀ ବାହାରକୁ ବାହାରିବା ପାଇଁ ନିଶେଧ କରାଯାଇଛି । ଉକ୍ତ ସମୟରେ ଗ୍ରାମକୁ ବିଶୋଧନ କରାଯିବ ବୋଲି ସୂଚନା ମିଳିଛି ।





