Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ରହ୍ମପୁରର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ

by ସଞ୍ଜୟ ସ୍ୱାଇଁ
October 16, 2024
in Crime, State
ବ୍ରହ୍ମପୁରର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ
46
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ଥାନା ଅନ୍ତର୍ଗତ ଅନ୍ୟ ଥାନା ଗୁଡ଼ିକର ସହାୟତାରେ ବିଭିନ୍ନ ଅଞ୍ଚଳରେ ଚଢାଉ କରି ୧୭ ଟି ଜୁଆ ମାମଲା ରୁଜୁ କରିଛି ପୋଲିସ । ଏଥିରେ ୧୦୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଏହା ସହ ୭୫ ଟି ମୋବାଇଲ ଫୋନ୍‌, ୨୩ ଟି ବାଇକ୍‌ ଏବଂ ୬,୦୭,୯୬୦ ଟଙ୍କା ମଧ୍ୟ ଜବତ କରାଯାଇଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ବ୍ରହ୍ମପୁର ଅଞ୍ଚଳରେ ବଢିବାରେ ଲାଗିଛି ଜୁଆ ଆଡ୍ଡା । ଜୁଆ ଖେଳାଳୀଙ୍କୁ ଦମନ କରିବା ପାଇଁ ବିଗତ ୧୦ ଦିନରେ ବ୍ରହ୍ମପୁର ପୋଲିସ ଏଭଳି ପଦକ୍ଷେପ ନେଇଥିଲା । ଅନ୍ୟ ଥାନା ଗୁଡ଼ିକର ସହାୟତାରେ ବ୍ରହ୍ମପୁର ପୋଲିସ ବିଭିନ୍ନ ସ୍ଥାନରେ ବାରମ୍ୱାର ଚଢାଉ କରିଥିଲା । ଏହି ଚଢାଉରେ ଗୋଳନ୍ଥରା ପୋଲିସ ୬ ଟି ମାମଲା, ଗୋପାଳପୁର ପୋଲିସ ୨ ଟି ଏବଂ ବିଏନପୁର ପୋଲିସ ୨ ଟି ମାମଲା ରୁଜୁ କରିବା ସହ ସଦର ପୋଲିସ ୨ଟି ଏବଂ ଗୋସାନିନୁଗାଁ ପୋଲିସ ୨ଟି ମାମଲା ରୁଜୁ କରିଥିଲା । ଏହା ସହ ନିମଖଣ୍ଡି ପୋଲିସ ଗୋଟିଏ, ଦିଗପହଣ୍ଡି ପୋଲିସ ଗୋଟିଏ ଏବଂ ବଡ଼ବଜାର ପୋଲିସ ଗୋଟିଏ ମାମଲା ରୁଜୁ କରିଥିଲା । ତେବେ ଏହି ଚଢାଉରେ ମୋଟ ୧୦୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!