ଗଣିଆ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡ଼ା ପଞ୍ଚାୟତର ରାଉତପଡା ଗ୍ରାମରେ କରୋନା କଟକଣାକୁ ଦୃଷ୍ଟିରେ ରଖି ଆଜି ଦିବା ୧ଘଣ୍ଟିକା ସମୟରେ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଂଘର ଏକ ଗୁରୁତତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗ୍ରାମରେ ସମ୍ପୂର୍ଣ କୈବର୍ତ୍ତ ସମାଜର ଲୋକ ବସବାସ କରନ୍ତି ।ଏନେଇ ବୈଠକରେ ଗ୍ରାମର ସମସ୍ତ ଲୋକ ଉପସ୍ଥିତ ଥିବା ସହିତ ଆଖପାଖ ରେ ଥିବା କୈବର୍ତ୍ତ ଗ୍ରାମର ମୁଖ୍ୟ ମୁଖ୍ୟ ଲୋକ ଯୋଗଦେଇ ସମ୍ପୂର୍ଣ ସହଯୋଗ କରିଥିଲେ । ଏହି ବୈଠକ ରେ କୈବର୍ତ୍ତ ମହାସଂଘର ଦୃଢ଼ୀକରଣ, ସମ୍ପୁର୍ଣ୍ଣ ଅବସ୍ଥା ଉନ୍ନତିର ପର୍ୟ୍ୟାୟ ସହିତ ସରକାରୀ ଓ ବେସରକାରୀ ସହଯୋଗ କଥା ଆଲୋଚନା କରାଯାଇଥିଲା।ଆଜିର ବୈଠକ ରେ ମୁକ୍ଷ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା। ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭାପତି ମୋନୋଜ ବେହେରା,ଜିଲ୍ଲା ସଭାପତି ମହେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇ ନିଜେ ନିଜର ବାର୍ତ୍ତା ପ୍ରଦାନ କରିଥିଲେ।






