Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଲ୍ଲୁ ଅର୍ଜୁନଙ୍କୁ ଜେଲ ପରେ ମିଳିଲା ବେଲ

by ସଞ୍ଜୟ ସ୍ୱାଇଁ
December 13, 2024
in NATIONAL NEWS
ଅଲ୍ଲୁ ଅର୍ଜୁନଙ୍କୁ ଜେଲ ପରେ ମିଳିଲା ବେଲ
271
VIEWS
Share on FacebookShare on Twitter

ହାଇଦ୍ରାବାଦ, (ବାଘୁଆବାର୍ତ୍ତା): ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ବଡ଼ ଆଶ୍ୱସ୍ତି। ହାଇକୋର୍ଟରୁ ତାଙ୍କୁ ମିଳିଲା ଅନ୍ତରୀଣ ଜାମିନ। ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ଆଜି ଗିରଫ ଅଲ୍ଲୁ ଅର୍ଜୁନଙ୍କୁ ତଳକୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହୋଇକୋର୍ଟରୁ ତାଙ୍କୁ ମିଳିଛି ଅନ୍ତରୀଣ ଜାମିନ। ଅନ୍ତରୀଣ ଜାମିନ ଦେବା ବେଳେ ହାଇକୋର୍ଟ କହିଥିଲେ ଯେ ଅଲ୍ଲୁ ଅର୍ଜୁନ ଜଣେ ଅଭିନେତା ହୋଇଥିଲେ ହେଁ, ଜଣେ ସାଧାରଣ ନାଗରିକ ଭାବେ ତାଙ୍କର ମଧ୍ୟ ଜୀବନ ଓ ସ୍ୱାଧୀନତାର ଅଧିକାର ରହିଛି। ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ବେଳେ ହାଇଦ୍ରାବାଦର ଜଣାଶୁଣା ସନ୍ଧ୍ୟା ଥିଏଟରରେ ପହଞ୍ଚିଥିଲେ ଅଲ୍ଲୁ ଅର୍ଜୁନ। ତାଙ୍କୁ ଦେଖିବା ପାଇଁ ଫ୍ୟାନମାନଙ୍କର ପ୍ରବଳ ଭିଡ଼ ଜମି ଥିଲା। ଫଳରେ ଠେଲାପେଲା ଓ ଦଳଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ନାବାଳକ ପୁଅ ଆହତ ମଧ୍ୟ ହୋଇଥିଲେ। ଏହି ଘଟଣା ପରେ ମୃତ ମହିଳା ରେବତୀଙ୍କ ସ୍ୱାମୀ ଭାସ୍କର ଥାନାରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ପୁଲିସ ଗ୍ରହଣ କରି ମାମଲା ରୁଜୁ କରିଥିଲା। ଆଜି ପୁଲିସ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରି ନାମପଲ୍ଲୀ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ତେବେ ଏହାର କିଛି ସମୟ ପରେ ହାଇକୋର୍ଟ ଅଲ୍ଲୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଘଟଣା ଘଟିବା ଦିନ ସନ୍ଧ୍ୟା ଥିଏଟରକୁ ଅଲ୍ଲୁ ଅର୍ଜୁନ ଆସିବେ ବୋଲି ଥିଏଟର କର୍ତ୍ତୃପକ୍ଷ ସୂଚନା ଦେଇ ନଥିଲେ ବୋଲି ପୁଲିସ ଅଭିଯୋଗ କରିଛି। କିନ୍ତୁ ଏବେ ସାମ୍ନାକୁ ଆସିଛି ସନ୍ଧ୍ୟା ଥିଏଟରର ସେହି ଚିଠି ଯାହାକୁ ୨ ତାରିଖରେ ଚିକ୍କଡପଲ୍ଲୀ ଥାନାର ଏସିପିଙ୍କୁ ଦିଆଯାଇଥିଲା। ସେଥିରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା ଯେ ଫିଲ୍ମ ଦେଖିବାକୁ ଅଲ୍ଲୁ ଅର୍ଜୁନ ଓ ପ୍ରଡକ୍ସନ ୟୁନିଟ ଅନ୍ୟ ସମସ୍ତ ସଦସ୍ୟ ଏବଂ ଭିଆଇପିମାନେ ଆସୁଛନ୍ତି। ତେଣୁ ଫ୍ୟାନ୍‌ଙ୍କ ପ୍ରବଳ ଭିଡ଼ ଜମି ପାରେ। ତେଣୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ସନ୍ଧ୍ୟା ଥିଏଟର ପକ୍ଷରୁ ପୁଲିସକୁ ଅନୁରୋଧ କରାଯାଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!